Latest Odisha News

କରୋନା ସଂକ୍ରମଣରେ ଲାଗିଲା ବ୍ରେକ୍: ହଜାରେ ତଳକୁ ଖସିଲା ସଂକ୍ରମଣ

ଭୁବନେଶ୍ୱର : କରୋନା ସଂକ୍ରମଣରେ ଲାଗିଲା ବ୍ରେକ୍ । ରାଜ୍ୟରେ ହଜାରେ ତଳକୁ ଖସିଲା କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରେ ୮୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୦୫ ଜଣ ପଜିଟିଭ୍ ହୋଇଛନ୍ତି । କୋରାପୁଟରୁ ୭୧, କଟକରୁ ୬୫, ସୁନ୍ଦରଗଡ଼ରୁ ୬୨, ଯାଜପୁରରୁ ୪୫ ଜଣ ଆକ୍ରାନ୍ତ ହୋଇଛନ୍ତି ।

ରାଜ୍ୟରେ ଲଗାତର ସଂକ୍ରମଣ ହ୍ରାସ ପାଉଥିବା ବେଳେ ତୃତୀୟ ଲହରରେ ପ୍ରଥମ ଥର ପାଇଁ ହଜାରେ ତଳକୁ ଖସିଛି । ଏବେ ରାଜ୍ୟରେ ସକ୍ରିୟ ମାମଲା ୧୧ ହଜାର ୩୨୪ ରହିଛି ।

୨୪ ଘଣ୍ଟାରେ ୮୫୯ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨୦ ଜଣଙ୍କ ଜୀବନ ନେଲା କରୋନା । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ମୃତକଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ୬ଜଣ, ଯାଜପୁର ଜିଲ୍ଲାରୁ ୪ଜଣ, କଟକ ଓ ପୁରୀ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । ସେହିପରି ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

Comments are closed, but trackbacks and pingbacks are open.