Latest Odisha News

ଦଣ୍ଡ ନାଚରେ ଲାଗିଲା କଟକଣା

ଗଞ୍ଜାମ : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ, ଦଣ୍ଡନାଚ ଉପରେ କଟକଣା ଲଗାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଦଣ୍ଡନାଚରେ କେବଳ ୨୫ ଜଣ ଲୋକ ଯୋଗ ଦେଇପାରିବେ ବୋଲି ଟ୍ବିଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ଏହାସହ ଜିଲ୍ଲାରେ କୌଣସି ପ୍ରକାର ରାତ୍ରୀକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ତାରାତାରିଣୀ ମନ୍ଦିର ଓ ପାହାଡ଼ ତଳେ ପ୍ରତିବର୍ଷ ଚୁଟି ପକାଯାଉଥିବାରୁ ଏହାକୁ ମଧ୍ୟ ବାରଣ କରିଛି ଜିଲ୍ଲା ପ୍ରଶାସନ । ସେହିପରି ଦଣ୍ଡନାଚରେ ସାମାଜିକ ଦୂରତା ବଜାୟ ରକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ନଥିଲେ ଘରେ ରହି ସୁରକ୍ଷିତ ରହିବାକୁ ଗଞ୍ଜାମ ଜିଲ୍ଲାପାଳ ଟ୍ବିଟ୍ କରି ପରାମର୍ଶ ଦେଇଛନ୍ତି ।

Comments are closed.