Latest Odisha News

BREAKING NEWS

ପୁଣି ଏନକାଉଣ୍ଟର, ୩ ମାଓବାଦୀ ମୃତ

ମାଲକାନଗିରି : ପୁଣି ଏନକାଉଣ୍ଟର । ମାଲକାନଗିରି ଛତିଶଗଡ ସିମାନ୍ତ ଦାନ୍ତେୱାଡା ଜିଲ୍ଲାରେ ଏନକାଣ୍ଟର । ଡୋଲକାଲ ଓ ପେଦାପାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୩ ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ପେଦାପାଲ ଜଙ୍ଗଲରେ ମାଓବାଦୀଙ୍କ ଭୋଇରମଗଡ଼ ଅଂଚଳ କମିଟିର ସଦସ୍ୟ ମାନେ ଏକ କ୍ୟାମ୍ପ କରି ରହିଥିବା ଖବର ପାଇ ଡି.ଆର.ଜି ବାହିନୀର ଜବାନ ମାନେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ ।

ତେବେ ମାଓବାଦୀମାନେ ଜବାନ ମାନଙ୍କୁ ଦେଖି ପ୍ରଥମେ ଗୁଳି ଚାଳନା କରିଥିଲେ । ଏହାର ଜବାବରେ ଜବାନ ମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ତେବେ କିଛି ସମୟର ଗୁଳି ବିନିମୟ ପରେ ମାଓବାଦୀ ମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ଗୁଳି ବିନିମୟ ପରେ ଜବାନ ମାନେ ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।

୩ ଜଣ ମାଓବାଦୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ୩ଟି ବନ୍ଧୁକ ସହ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ମୃତ ମାଓବାଦୀ ମାନେ ହେଲେ ବିରଜୁ କାକେମ, କରୁ କାକେମ ଓ ଅଜୟ ଓୟାମି ।

Leave A Reply

Your email address will not be published.