Latest Odisha News

BREAKING NEWS

ପରଲୋକରେ ଅଭିନେତ୍ରୀ ସୁରେଖା ସିକ୍ରି

ମୁମ୍ବାଇ: ଭେଟେରାନ ଅଭିନେତ୍ରୀ ସୁରେଖା ସିକ୍ରିଙ୍କର ଶୁକ୍ରବାର ସକାଳେ ହୃଦ୍‌ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ଦ୍ୱିତୀୟ ଥର ବ୍ରେନ୍‌ ଷ୍ଟ୍ରୋକ୍ ପରେ ସୁରେଖାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା। ସୁରେଖା ଗତ ବର୍ଷ ସେପ୍ଟେମ୍ବରରେ ପ୍ରଥମେ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହୋଇଥିଲେ। କିଛିଦିନ ଧରି ତାଙ୍କ ଚିକିତ୍ସା ଚାଲିଥିଲା। ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା।

ସେ ୩ ଥର ଜାତୀୟ ପୁରସ୍କାର ଜିତିଛନ୍ତି। ତାଙ୍କ ଅଭିନୟ ଜୀବନରେ ସେ ବଡ଼ ସଫଳତା ହାସଲ କରିପାରିଛନ୍ତି।
ତିନିଥର ଜାତୀୟ ପୁରସ୍କାର ବିଜେତା ସୁରେଖା “ତମାସ୍”, “ମାମୋ”, “ସଲିମ ଲାଙ୍ଗଡେ ପେ ମତ୍‌ ରୋ”, “ଜୁବୈଦା”, “ବଧାଇ ହୋ” ଏବଂ ଲୋକପ୍ରିୟ ଧାରାବାହିକ “ବାଲିକା ବଧୂ” ରେ ଚମତ୍କାର ଅଭିନୟ ପାଇଁ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ।

ସୁରେଖାଙ୍କୁ ଶେଷ ଥର ପାଇଁ ଜୋୟା ଅଖତରଙ୍କ ନିର୍ଦ୍ଦେଶିତ କାହାଣୀରେ ‘ଘୋଷ୍ଟ ଷ୍ଟୋରିଜ୍‌’ରେ ଦେଖିବାକୁ ମିଳିଥିଲା। ତାଙ୍କ ଗୋଟିଏ ପୁଅ ରାହୁଲ ସିକ୍ରି ଅଛନ୍ତି।

Leave A Reply

Your email address will not be published.