Latest Odisha News

ହ୍ୟାକରଙ୍କ ଜାଲରେ ପଡିଗଲେ ବିଡିଓ ବାବୁ

ଦାରିଙ୍ଗବାଡି: ସରକାରୀ ଅଧିକାରୀଙ୍କ ନମ୍ବର ହ୍ୟାକ୍ କରି ଗଣମାଧ୍ୟମରେ ଭୂଆଁ ବୁଲାଉଛନ୍ତି ହ୍ୟାକର । ତେଣୁ ସାବଧାନ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି କନ୍ଧମାଳରେ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ରଙ୍କ ସାଙ୍ଗରେ କିଛି ଏମିତି ଘଟିଛି । ତାଙ୍କ ମୋବାଇଲ ନମ୍ବରକୁ ହ୍ୟାକ କରିଛନ୍ତି କିଛି ଦୁର୍ବୃତ୍ତ । ଏହାପରେ ତାଙ୍କର ଯେତେ ବି ସୋସିଆାଲ ମିଡିଆ ଆକାଉଣ୍ଟ ଅଛି ସବୁଥିରେ ପିଏମ୍ କିଷାନ୍ ଆପକୁ ପୋଷ୍ଟ କରି ଉକ୍ତ ଲିଙ୍କ ଦ୍ବାରା ପିଏମ୍ କିଷାନ ଆପ ଡାଉନଲୋଡ କରିବାକୁ ଅନୁରୋଧ କରିଛି । ଏହା ଦେଖିବା ପରେ ତାଙ୍କର ଆକାଉଣ୍ଟ ହ୍ୟାକ ହୋଇଥିବା ସେ ଅଭିଯୋଗ କରିଛନ୍ତି । ତେବେ ଏହାପରେ ବିଡିଓଙ୍କ ମୋବାଇଲ ନମ୍ବର ସହ ସଂପୃକ୍ତ ତାଙ୍କ ନିଜ ତଥ୍ୟ, ଏହାସହିତ ସରକାରୀ ତଥ୍ୟ ମଧ୍ୟ ଚୋରି ହେବାର ଆଶଙ୍କା ବୃଦ୍ଧି ହୋଇଛି ।

ତେବେ ଏନେଇ ବିଡିଓ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସମେତ ଆଧାରକୁ ବ୍ଲକ କରି ୟବା ସହ ସାଇବର ବିଭାଗର ଟୋଲ ଫ୍ରିକୁ ଏହା ଜଣାଇଛନ୍ତି । ଏହା ସହିତ ସ୍ଥାନୀୟ ଆଇଆଇସିଙ୍କୁ ବି ଅବଗତ କରାଇଛନ୍ତି ବୋଲି କହିଛନ୍ତି ବିଡିଓ ।

Comments are closed.