Latest Odisha News

BREAKING NEWS

ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରି। ବିଭିନ୍ନ ସ୍ଥାନରେ ଖସୁଛି ପାରଦ। ସୋମବାର ରାତିରେ ପାରଦ ଆହୁରି ଖସିବ ଓ ଜାଡରେ ଥରିବ ସାରା ରାଜ୍ୟ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବନୁମାନ କରିଛି। ୧୦.୫ ଡିଗ୍ରୀ ତାପମାତ୍ରା ସହିତ ଦାରିଙ୍ଗବାଡି ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ ହୋଇଛି। କେନ୍ଦୁଝର (୧୦), ଟିଟଲାଗଡରେ (୧୦.୮) ଏବଂ ଝାରସୁଗୁଡାରେ (୧୧.୮) ରହିଛି ରାତ୍ରି ତାପମାତ୍ରା।

ରାତ୍ରି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସରୁ କମ୍ ରେକର୍ଡ କରିଥିବା ଅନ୍ୟ ସ୍ଥାନଗୁଡ଼ିକ ହେଲା ସୁନ୍ଦରଗଡ (୧୩), ବାରିପଦା (୧୨), ବାଲେଶ୍ବର (୧୨.୪), ହୀରାକୁଦ (୧୩.୬), ସମ୍ବଲପୁର (୧୪.୧), ତାଲଚେର (୧୩), କଟକ (୧୪), ଚାନ୍ଦବାଲି (୧୨.୨), ବଲାଙ୍ଗୀର (୧୩.୫), ଫୁଲବାଣୀ (୧୪.୧), ନୟାଗଡ଼ (୧୪), ଭବାନୀପାଟଣା (୧୩.୪) ଏବଂ କୋରାପୁଟ (୧୪.୫)।

Comments are closed.