Latest Odisha News

BREAKING NEWS

Daringbadi: ଏହି ଦିନ ଉଦ୍‌ଘାଟନ ହେବ ଦାରିଙ୍ଗବାଡି ଇକୋ ରିଟ୍ରିଟ; ମିଳିବ ଏହି ସୁଯୋଗ

କନ୍ଧମାଳ: ଦାରିଙ୍ଗବାଡିରେ ଶୀତ ବଢିବା ସାଙ୍ଗକୁ ପର୍ଯ୍ୟଟକ ମଧ୍ୟ ଭିଡ଼ ମଧ୍ୟ ବଢିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଦୀର୍ଘ ୫ ବର୍ଷ ହେଲା ଦାରିଙ୍ଗବାଡିରେ ଇକୋ ରିଟ୍ରିଟର ବ୍ୟବସ୍ଥା କରି ସେଠାରେ ତମ୍ବୁ ଘର କରୁଛନ୍ତି। ସେଠାରେ ପର୍ଯ୍ୟଟକ ପଞ୍ଚ ତାରକା ହୋଟେଲର ସୁବିଧା ପାଉଛନ୍ତି । ଚଳିତ ବର୍ଷ ମଧ୍ୟ କରାଯାଇଛି। ପ୍ରାୟ ୮୦ ପ୍ରତିଶତ ଇକୋ ରିଟ୍ରିଟର କାର୍ଯ୍ୟ ସାରିଥିବା କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ କହିଛନ୍ତି। କନ୍ଧମାଳ ଜିଲ୍ଲାପାଳ ସୋମବାର ସନ୍ଧ୍ୟାରେ ଇକୋ ରିଟ୍ରିଟ ପରିସର ମଧ୍ୟରେ ସମୀକ୍ଷା କରିଛନ୍ତି ।

ତେବେ ଆସନ୍ତା ନଭେମ୍ବର ୧୫ ରେ ଏହାର ଶୁଭ ଉଦ୍‌ଘାଟନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା କଫି ବଗିଚା ଏବେ ସମ୍ପୂର୍ଣ୍ଣ ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଛି । ଏଥିସହ ଚଳିତ ଥର ପର୍ଯ୍ୟଟକଙ୍କୁ ଜି.ଉଦୟଗିରି ବ୍ଲକ ମୁକୁଳିଙ୍ଗିଆ ପର୍ଯ୍ୟଟନକ୍ଷେତ୍ର ସହ କୋଟଗଡ଼ ବ୍ଲକ ଲୁର୍ଦୁ ଜଳପ୍ରପାତ ବୁଲିବାକୁ ଅତିରିକ୍ତ ସୁଯୋଗ ମିଳିବ ।

Comments are closed.