ଦାରିଙ୍ଗିବାଡ଼ି: ଶୀତରେ ଥରୁଛି ସାରା ଓଡ଼ିଶା । ଅସମ୍ଭାଳ ଶୀତ । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ବାଘୁଆ ଶୀତ । ତଳକୁ ତଳକୁ ଖସୁଛି ପାରଦ । ଆଜି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି ଦାରିଙ୍ଗିବାଡି । ସେଠାରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଗତକାଲି ଦାରିଙ୍ଗିବାଡ଼ିରେ ୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଥିଲା ।
୩.୫ ଡ଼ିଗ୍ରୀ ରାତ୍ରି ତାପମାତ୍ରା ସହ #ଦାରିଙ୍ଗବାଡି ଓଡ଼ିଶାର #ଥଣ୍ଡା ସହର#୧୯ସ୍ଥାନରେ ରେ ସର୍ବନିମ୍ନ ରାତ୍ରି ତାପମାତ୍ରା #୧୦ଡ଼ିଗ୍ରୀ ତଳେ ରେକର୍ଡ pic.twitter.com/KoEz9Ddr5q
— Meteorological Centre, Bhubaneswar (@mcbbsr) December 21, 2021
ଆଜି ରାଜ୍ୟରେ ୧୯ଟି ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳେ ରେକର୍ଡ ହୋଇଛି । ଫୁଲବାଣୀରେ ୪ ଡିଗ୍ରୀ ସେଲସିୟସ୍, ଭବାନୀପାଟଣାରେ ୬, କେନ୍ଦୁଝରରେ ୬.୨, ଝାରସଗୁଡ଼ାରେ ୬.୪, ସୁନ୍ଦରଗଡ଼ରେ ୬.୫, ଟିଟିଲାଗଡ଼ରେ ୬.୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।
ସେହିପରି ବୌଦ୍ଧରେ ୭, ବଲାଙ୍ଗିରରେ ୭.୮, କରାପୁଟରେ ୮.୫, ଅନୁଗୋଳରେ ୮.୬, ବାରିପଦାରେ ୮.୫, ସମ୍ୱଲପୁରରେ ୮.୫, ହୀରାକୁଦରେ ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରୀ ସେଲସିୟସ୍ ରହିଛି । ରାଜ୍ୟରେ ଆହୁରି ୨-୩ ଦିନ ହାଡ଼ଭଙ୍ଗା ଶୀତ ଜାରି ରହିବ ।
Comments are closed.