Latest Odisha News

BREAKING NEWS

ଭାରତ ବିପକ୍ଷରେ ଡାରେଲ ମିଚେଲଙ୍କ କୀର୍ତିମାନ

ଇନ୍ଦୋର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ଡାରେଲ ମିଚେଲ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଭାରତ ବିପକ୍ଷରେ କ୍ରମାଗତ ଭାବେ ୫୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି । ତାଙ୍କ ଆଗରେ କେବଳ କେନ ୱିଲିୟମସନ ରହିଛନ୍ତି । ଜବରଦସ୍ତ ଫର୍ମରେ ଥିବା ମିଚେଲ ୫ ଥର ଏହି ସଫଳତା ହାସଲ କରିଛନ୍ତି । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ବ୍ୟତୀତ ନ୍ୟୁଜିଲାଣ୍ଡ ଅନ୍ୟ କୌଣସି ଖେଳାଳି ଏ ଭଳି ଉପଲବ୍ଧି ହାସଲ କରିପାରି ନାହାନ୍ତି ।

ସେ ଭାରତ ବିପକ୍ଷରେ ଦିନିକିଆରେ ୪ କିମ୍ବା ଅଧିକ ଶତକ ହାସଲ କରିବାରେ ଦ୍ୱିତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ତାଙ୍କ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଏବି ଡିଭିଲର୍ସଙ୍କ ନାମରେ ଏହି ରେକର୍ଡ ରହିଥିଲା । ସେ ୫ ଶତକ ମାରିଥିଲେ । ଡାରେଲ ମିଚେଲ ଓ ଗ୍ଲେନ ଫିଲିପ୍ସଙ୍କ ଶତକ ବଳରେ ନିର୍ଣ୍ଣାୟକ ଦିିନିକିଆରେ ଭାରତ ସମ୍ମୁଖରେ ନ୍ୟୁଜିଲାଣ୍ଡ ୩୩୮ ରନର ବିଜୟ ଲକ୍ଷ୍ୟ ରଖିଛି ।

Leave A Reply

Your email address will not be published.