ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ସଦ୍ୟ ପ୍ରକାଶିତ ଦିନିକିଆ ର୍ୟାଙ୍କିଙ୍ଗରେ ଭାରତର ରୋହିତ ଶର୍ମା ଶୀର୍ଷ ସ୍ଥାନରୁ ଖସି ଆସିଛନ୍ତି । ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଡାରେଲ ମିଚେଲ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ଶତକ ହାସଲ କରିବା ତାଙ୍କୁ ଫାଇଦା ପଂହଚାଇଥିଲା । ଏହା ତାଙ୍କ କ୍ୟାରିୟରର ୭ମ ଶତକ ଥିଲା । ନ୍ୟୁଜିଲାଣ୍ଡର ଦ୍ୱିତୀୟ ଖେଳାଳି ଭାବେ ସେ ଶୀର୍ଷ ସ୍ଥାନ ହାତେଇଛନ୍ତି । ୧୯୭୯ରେ ଗ୍ଲେନ ଟର୍ଣ୍ଣର ପ୍ରଥମ ଥର ପାଇଁ ଶୀର୍ଷ ସ୍ଥାନ ହାସଲ କରିଥିଲେ ।
ମାର୍ଟିନ କ୍ରୋ, ଆଣ୍ଡ୍ର୍ୟୁ ଜୋନ୍ସ, ରୋଜର ଟୁଜ, ନାଥାନ ଆସଲେ, ମାର୍ଟିନ ଗୁପଟିଲ ଓ ରସ ଟେଲର ପ୍ରଥମ ୫ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ ମଧ୍ୟ ଶୀର୍ଷ ସ୍ଥାନ ହାସଲ କରିପାରି ନ ଥିଲେ । ଟେଷ୍ଟ ର୍ୟାଙ୍କିଙ୍ଗରେ ଇଂଲଣ୍ଡର ଜୋ ରୁଟ ଓ ଭାରତର ଯଶପ୍ରୀତ ବୁମରାହ ବ୍ୟାଟିଂ ଓ ବୋଲିଂ ର୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ୫ମ ସ୍ଥାନରେ ରହିଛନ୍ତି । ଭାରତର ଯଶସ୍ୱୀ ଜୈସୱାଲ ୭ମ ସ୍ଥାନ ହାସଲ କରିଛନ୍ତି ।
Comments are closed.