ନୂଆଦିଲ୍ଲୀ: ଭାରତ ଓ ପାକ୍ ଯୁଦ୍ଧ ମଧ୍ୟରେ ପାକିସ୍ତାନ ସୁପର ଲିଗ୍ (ପିଏସଏଲ) ର ଖେଳାଳିମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା।
ଏନେଇ ବାଂଲାଦେଶ ଲେଗ୍-ସ୍ପିନର ରିଶାଦ ହୋସେନ କହିଛନ୍ତି ଯେ ପିଏସଏଲ ସ୍ଥଗିତ ହେବା ପରେ ସେ ଏବଂ ଅନ୍ୟ ବିଦେଶୀ ଖେଳାଳିମାନେ ଦୁବାଇ ପହଞ୍ଚିବା ପରେ ଆଶ୍ୱସ୍ତି ଅନୁଭବ କରିଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଶୁକ୍ରବାର ପିଏସଏଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ଘୋଷଣା କରିଥିଲା।
ଦୁଇ ଦେଶ ମଧ୍ୟରେ ଉତ୍ତେଜନା ସମୟରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ମଧ୍ୟ ଆଇପିଏଲକୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖିଥିଲା।
ରିୟାଦ କହିଛନ୍ତି ଯେ ଯେତେବେଳେ ଯୁଦ୍ଧ ଆରମ୍ଭ ହୋଇଥିଲା ସେତେବେଳେ ନ୍ୟୁଜିଲାଣ୍ଡର ବ୍ୟାଟିଂ ଅଲରାଉଣ୍ଡର ଡାରିଲ ମିଚେଲ ତାଙ୍କୁ କହିଥିଲେ ଯେ ସେ ଆଉ କେବେ ପାକିସ୍ତାନ ଫେରିବେ ନାହିଁ। ସେ କହିଥିଲେ ଯେ ସମସ୍ତ ବିଦେଶୀ ଖେଳାଳି ଭୟଭୀତ ହୋଇପଡ଼ିଥିଲେ। ରିଶଦ କ୍ରିକବଜକୁ କହିଥିଲେ, ‘ସାମ୍ ବିଲିଙ୍ଗସ୍, ଡାରିଲ୍ ମିଚେଲ୍, କୁସାଲ୍ ପେରେରା, ଡେଭିଡ୍ ୱିସ୍, ଟମ୍ କରାନ୍ ଭଳି ବିଦେଶୀ ଖେଳାଳି ଲିଗ୍ରେ ଖେଳୁଥିଲେ। ସେମାନେ ସମସ୍ତେ ବହୁତ ଡରି ଯାଇଥିଲେ… ଦୁବାଇରେ ଅବତରଣ କରିବା ପରେ ମିଚେଲ ମୋତେ କହିଲେ ଯେ ସେ ଆଉ କେବେ ପାକିସ୍ତାନ ଯିବେ ନାହିଁ। ବିଶେଷକରି ଏପରି ପରିସ୍ଥିତିରେ। କହିବାକୁ ଗଲେ ସେମାନେ ସମସ୍ତେ ଭୟଭୀତ ଥିଲେ।
ଏପରିକି ଇଂଲଣ୍ଡ କ୍ରିକେଟର ଟମ୍ କରାନ ଚିନ୍ତାରେ କାନ୍ଦିବାକୁ ଲାଗିଥିଲେ। ଆଉ ତାଙ୍କୁ ସାନ୍ତ୍ୱନା ଦେବା ଖୁବ୍ କଷ୍ଟକର ହୋଇପଡ଼ିଥିଲା।
ଦୁବାଇରେ ଅବତରଣ କରିବା ପରେ ଯେତେବେଳେ ଆମେ ଶୁଣିଲୁ ଯେ ଉଡ଼ାଣ ଭରିବାର ୨୦ ମିନିଟ୍ ପରେ ବିମାନବନ୍ଦରରେ ଏକ ମିଶାଇଲ୍ ପଡ଼ିଛି। ଆମକୁ ଝଟକା ଲାଗିଥିଲା।
Comments are closed.