Latest Odisha News

ବାପାଙ୍କ ମୁହଁରେ ଫୁଟା ପାଣି ଫିଙ୍ଗିଲା ଝିଅ, ଦୃଷ୍ଟିଶକ୍ତି ହରାଇ ବସିଲା ବାମ ଆଖି

ଭୁବନେଶ୍ୱର: ରାଜଧାନୀ ସ୍ଥିତ ଭରତପୁର ଅଞ୍ଚଳରେ ମଙ୍ଗଳବାର ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଝିଅ ମୁହଁରେ ଫୁଟା ପାଣି ଫିଙ୍ଗିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ଆଖି ଖରାପ ହୋଇଯାଇଛି ବା ଦୃଷ୍ଟିଶକ୍ତି ହରାଇ ବସିଛନ୍ତି। ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ସାଙ୍ଘାତିକ କାଣ୍ଡ ଘଟିଥିବା ଜଣାପଡ଼ିଛି।

ପ୍ରାଥମିକ ସୂଚନା ଅନୁସାରେ, ଭରତପୁର ଅଞ୍ଚଳରେ ଥିବା ଏକ ବସ୍ତିରେ ଏହି ଅଘଟଣ ଘଟିଛି। ସେଠାରେ ବାପା ରମେଶ ଶାସମଲ ଓ ଝିଅ ଭାଗ୍ୟଲକ୍ଷ୍ମୀ ଶାସମଲଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଭାଗ୍ୟଲକ୍ଷ୍ମୀ ଏକ ପାତ୍ରରେ ରଖାଯାଇଥିବା ଫୁଟା ପାଣିକୁ ଧରି ସିଧାସଳଖ ନିଜ ବାପାଙ୍କ ମୁହଁକୁ ଫୋପାଡ଼ି ଦେବାରୁ ସେ ଗୁରୁତର ଭାବେ ପୋଡ଼ି ଯାଇଥିବା ଅଭିଯୋଗ ହୋଇଛି।

ଆହତ ରମେଶ ଶାସମଲଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଭାଗ୍ୟବଶତଃ ତାଙ୍କର ବାମ ଆଖି ନଷ୍ଟ ହୋଇଯାଇଛି ବୋଲି ଜଣାପଡିଛି।

ଏହି ଘଟଣା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଭାଗ୍ୟଲକ୍ଷ୍ମୀଙ୍କୁ ବର୍ତ୍ତମାନ ଅଧିକାରୀମାନେ ପଚରାଉଚରା କରୁଛନ୍ତି।

Comments are closed.