ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଡିଏଭି ପୋଖରୀପୁଟର ବିଦ୍ୟାର୍ଥୀ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ବିଦ୍ୟାଳୟର ସାମଗ୍ରିକ ସଫଳତା ୮୭.୩୭ ପ୍ରତିଶତ ରହିଛି ।
ବିଦ୍ୟାଳୟର ମୋଟ ୧୯୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦୦ ଜଣ ବିଦ୍ୟାର୍ଥୀ ୯୦% ରୁ ଊର୍ଦ୍ଧ୍ୱ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ସଂବର୍ତ୍ତିକା ଦାଶ ୯୯.୪୦% ନମ୍ବର ସହ ପ୍ରଥମ, ତନ୍ମୟ ରାଉତ ୯୮.୬୦% ଦ୍ୱିତୀୟ ଏବଂ ୯୮.୪୦% ନମ୍ବର ସହ ଅକ୍ଷିତା ନାୟକ ଓ ଅଭିପ୍ସା ସାମଲ ଉଭୟ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ବିଦ୍ୟାଳୟ ସ୍ତରରେ ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ବିଦ୍ୟାର୍ଥୀମାନେ ନିଜ ସଫଳତା ମାତାପିତା, ଅଧ୍ୟକ୍ଷ ବିପିନ କୁମାର ସାହୁ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଈଶ୍ୱରଙ୍କ ଆଶୀର୍ବାଦରୁ ସମ୍ଭବ ହୋଇଥିବା କହିଛନ୍ତି। ବିଦ୍ୟାଳୟର ଏହି ସଫଳତା ପାଇଁ ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ , ଡିଏଭି ବିଦ୍ୟାଳୟ ସମୂହ ଓଡ଼ିଶା ଜୋନ୍ର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେ.ସି. ଶତପଥୀ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଛାତ୍ରାଛାତ୍ରୀ, ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଡିଏଭି ପୋଖରୀପୁଟର ୨୫୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୫ ଜଣ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନ ବିଭାଗରେ ବିଦ୍ୟାଳୟର ସାମଗ୍ରିକ ହାର ୭୭.୫୧ ପ୍ରତିଶତ ଥିବାବେଳେ ବାଣିଜ୍ୟ ବିଭାଗରେ ୮୨.୯୨ ପ୍ରତିଶତ ଓ କଳା ବିଭାଗରେ ୮୮.୩୨ ପ୍ରତିଶତ ରହିଅଛି । ବିଜ୍ଞାନରେ ପ୍ରଥମ ଦିବ୍ୟଜ୍ୟୋତି ନନ୍ଦ, ଦ୍ୱିତୀୟ ଶ୍ରିଶିକ୍ତା ରଥ, ତୃତୀୟ ଆତ୍ମନ ଦାଶ, ବାଣିଜ୍ୟରେ ପ୍ରଥମ ପୁନ୍ୟାଙ୍କ ମହାପାତ୍ର, ଦ୍ୱିତୀୟ ଶିପିଜ୍ ଜଲନ୍, ତୃତୀୟ ପ୍ରିୟରଞ୍ଜନ ସାହୁ ଓ କଳାରେ ସ୍ମରୋଜିତା ମଲିକ ପ୍ରଥମ, ଫୈଜା ଇସରତ୍ ଦ୍ୱିତୀୟ ଓ ବି.ଏସ୍. ଶ୍ରୀତି ଶ୍ରୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ତେବେ ଏହି ସଫଳତା ପାଇଁ ବିଦ୍ୟାଳୟର ପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ, ଡିଏଭି ସମୂହ ଓଡ଼ିଶା ଜୋନ୍ର ଆଞ୍ଚଳିକ ଅଧିକାରୀ ଡ. କେଶବ ଚନ୍ଦ୍ର ଶତପଥୀ ଓ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଏହି ସଫଳତା ପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।
Comments are closed.