Latest Odisha News

BREAKING NEWS

ସରିଗଲା ୱାର୍ଣ୍ଣରଙ୍କ ଆନ୍ତର୍ଜାତୀୟ କ୍ୟାରିୟର

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପର ସେମିଫାଇନାଲ ଦୌଡରୁ ବାଦ ପଡିଛି ଅଷ୍ଟ୍ରେଲିଆ । ଏଥିସହ ଅଷ୍ଟ୍ରେଲିଆର ଭେଟେରାନ ଓପନର ଡେଭିଡ ୱାର୍ଣ୍ଣରଙ୍କ ଆନ୍ତର୍ଜାତୀୟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡିଯାଇଛି । ପୂର୍ବରୁ ସେ ଟି୨୦ ବିଶ୍ୱକପ ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଂଟ ହେବ ବୋଲି ଘୋଷଣା କରିଥିଲେ । କ୍ୟାରିୟରର ଶେଷ ଟୁର୍ଣ୍ଣାମେଂଟରେ ଅଷ୍ଟ୍ରେଲିଆ ପ୍ରଦର୍ଶନ ନୈରାଶ୍ୟଜନକ ରହିବାରୁ ୱାର୍ଣ୍ଣରଙ୍କ ଅବସର ମଧ୍ୟ ଫିକା ପଡି ଯାଇଥିଲା । ୨୦୦୯ରେ ଟି୨୦ କ୍ରିକେଟ ମାଧ୍ୟମରେ ସେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ଭାରତ ବିପକ୍ଷ ଶେଷ ମ୍ୟାଚରେ ସେ ମାତ୍ର ୬ ରନ କରିଥିଲେ ।

୨୦୨୩ରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ଚାମ୍ପିୟନ ହେବା ପରେ ୱାର୍ଣ୍ଣର ଦିନିକିଆ କ୍ରିକେଟକୁ ଅଲବିଦା କହିଥିଲେ । ଚଳିତ ବର୍ଷ ଜାନୁୟାରୀରେ ସେ ପାକିସ୍ତାନ ବିପକ୍ଷରେ କ୍ୟାରିୟରର ଶେଷ ଟେଷ୍ଟ ସିରିଜ ଖେଳିଥିଲେ । ଟି୨୦ରେ ସେ ୧୧୦ ମ୍ୟାଚରେ ୩୨୭୭ ରନ ସଂଗ୍ରହ କରିଛନ୍ତି । ୱାର୍ଣ୍ଣର ଆଇପିଏଲ ସମେତ ଅନ୍ୟ ଲିଗରେ ମଧ୍ୟ ଖେଳି ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ।

Comments are closed.