ନୂଆଦିଲ୍ଲୀ: ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ୍ ୱାର୍ଣ୍ଣର ଏୟାର ଇଣ୍ଡିଆ ଉପରେ ଧୁମ୍ ବର୍ଷିଛନ୍ତି। କାରଣ ୱାର୍ଣ୍ଣରଙ୍କୁ ପାଇଲଟ ନଥିବା ବିମାନରେ ଚଢ଼ାଇଥିଲା ଏୟାରଲାଇନ୍ସ। ଯାହା ଫଳରେ ତାଙ୍କୁ ବିମାନ ଭିତରେ ବହୁ ସମୟ ଅପେକ୍ଷା କରିବାକୁ ପଡିଲା।
ଏନେଇ ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ନିରାଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘ଆମେ ପାଇଲଟ ନଥିବା ଏକ ବିମାନରେ ଚଢ଼ିଥିଲୁ ଏବଂ ଘଣ୍ଟା ଘଣ୍ଟା ଧରି ବିମାନରେ ଅପେକ୍ଷା କରିବାକୁ ପଡିଥିଲା। ଉକ୍ତ ବିମାନ ପାଇଁ ପାଇଲଟ ଉପଲବ୍ଧ ନାହାଁନ୍ତି ଜାଣି ମଧ୍ୟ ଯାତ୍ରୀମାନଙ୍କୁ କାହିଁକି ବିମାନରେ ଚଢ଼ିବାକୁ ଅନୁମତି ଦେଉଛ ବୋଲି ଏୟାର ଇଣ୍ଡିଆକୁ ପ୍ରଶ୍ନ କରିଥିଲେ ୱାର୍ଣ୍ଣର।
ତେବେ ଏହା ପରେ ଏୟାର ଇଣ୍ଡିଆ ଏକ ବିବୃତ୍ତି ଜାରି କରି କହିଛି ଯେ ବେଙ୍ଗାଲୁରୁରେ ଖରାପ ପାଗ ଯୋଗୁଁ ବିମାନଗୁଡ଼ିକ ବିଳମ୍ବ ହେଉଛି। ଅନେକ ଏୟାରଲାଇନ୍ସର ବିମାନ ମଧ୍ଯ ବିଳମ୍ବର ସମ୍ମୁଖୀନ ହୋଇଛନ୍ତି।
Comments are closed.