Latest Odisha News

BREAKING NEWS

କୋଣାର୍କ ମନ୍ଦିର ପରିଦର୍ଶନ କଲେ ୫ଟି ସଚିବ ଭିକେ ପାଣ୍ଡିଆନ

କୋଣାର୍କ: ରାଜ୍ୟ ସରକାରଙ୍କ ୫ଟି ସଚିବ ଭିକେ ପାଣ୍ଡିଆନ ଗୁରବାର ଭୋର ୫ ଟାରେ ଅଚାନକ କୋଣାର୍କ ମନ୍ଦିର ପରିଦର୍ଶନରେ ପହଞ୍ଚିଥିଲେ ।

ପାଣ୍ଡିଆନଙ୍କ ସହ ସଚିବ କୃଷ୍ଣ କୁମାର, ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ ଓ ଏସପି ଉମାଶଙ୍କର ଦାସ, ‘ଏଏସଆଇ’ର ଅଧ୍ୟକ୍ଷ ଅରୁଣ ମଲ୍ଲିକ ପ୍ରଭୃତ ଉପସ୍ଥିତ ଥିଲେ।

ପାଣ୍ଡିଆନ କୋଣାର୍କର ସୂର୍ଯ୍ୟ ମନ୍ଦିରରେ ପହଞ୍ଚି ମନ୍ଦିର ବୁଲିବା ସହ ବାହାର ବେଢା ପରିଦର୍ଶନ କରି କୋଣାର୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତୁତ ନକ୍ସାର ମଧ୍ୟ ସମୀକ୍ଷା କରିଥିଲେ ।

ଏହାପରେ ସେ ମନ୍ଦିର ଚାରିପାଖ ବୁଲି ଆଇଓସିଏଲ, ହସ୍ତକଳା ବଜାର ଓ ଅନ୍ୟାନ୍ୟ ସ୍ଥାନ ବୁଲି ଦେଖିଥିଲେ ।

ରାଜ୍ୟ ସରକାରଙ୍କ ଏହି ଟିମ କୋଣାର୍କ ବୁଲି ସାରିବା ପରେ ଚନ୍ଦ୍ରଭାଗା ବୁଲି ପୁରୀ ଅଭିମୁଖେ ଯାତ୍ରା କରିଥିଲେ।

୫ଟି ସଚିବଙ୍କ ଗସ୍ତ ପରେ କୋଣାର୍କରେ ଖୁବଶୀଘ୍ର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହେବ ବୋଲି ଅଧିକାରୀ ମାନେ ସୂଚନା ଦେଇଛନ୍ତି ।

Comments are closed.