Latest Odisha News

BREAKING NEWS

୮ ବର୍ଷ ପରେ ଇଂଲଣ୍ଡ ଦଳକୁ ଫେରିଲେ ଏହି ଖେଳାଳି

ଲଣ୍ଡନ: ଲର୍ଡସରେ ଅନୁଷ୍ଠିତ ତୃତୀୟ ଟେଷ୍ଟରେ ଇଂଲଣ୍ଡ ୨୨ ରନରେ ଭାରତକୁ ପରାସ୍ତ କରି ତେନ୍ଦୁଲକର-ଆଣ୍ଡରସନ ଟ୍ରଫିରେ ୨-୧ର ଅଗ୍ରଣୀ ହାସଲ କରିଛି । ଏହି ମ୍ୟାଚରେ ସ୍ପିନର ଶୋଏବ ବଶୀର ଆଘାତପ୍ରାପ୍ତ ହୋଇଛନ୍ତି । ତାଙ୍କ ସ୍ଥାନରେ ଇଂଲଣ୍ଡ ଦଳରେ ଲିୟାନ ଡାୱସନଙ୍କୁ ଦଳରେ ସାମିଲ କରାଯାଇଛି । ୮ ବର୍ଷ ତଳେ ସେ ତାଙ୍କ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ୩୫ ବର୍ଷୀୟ ଏହି ଅଲରାଉଣ୍ଡର ଇଂଲଣ୍ଡ ପକ୍ଷରୁ ୩ଟେଷ୍ଟ, ୬ ଦିନିକିଆ ଓ ୧୪ଟି୨୦ ମ୍ୟାଚ ଖେଳିଛନ୍ତି । ସେ ଟେଷ୍ଟରେ ୭ଟି ୱିକେଟ ନେବା ସହ ୮୪ ରନ ସଂଗ୍ରହ କରିଛନ୍ତି ।

୨୦୧୭ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ଏହା ପରେ ଡାୱସନ ଦଳର ନିୟମିତ ସଦସ୍ୟ ହୋଇପାରି ନ ଥିଲେ । ୩ ବର୍ଷ ପରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ ପାଇଁ ଦଳରେ ସ୍ଥାନ ପାଇଥିଲେ । ବ୍ୟାଟିଂ ଲାଇନଅପକୁ ମଜଭୁତ ଏବଂ ବୋଲର ଅଭାବ ପୂରଣ କରିବା ନିମନ୍ତେ ଇଂଲଣ୍ଡ ବୋର୍ଡ ତାଙ୍କୁ ଭାରତ ବିପକ୍ଷ ୪ର୍ଥ ଟେଷ୍ଟ ପାଇଁ ଦଳରେ ସ୍ଥାନ ଦେଇଛି ।

Comments are closed.