Latest Odisha News

BREAKING NEWS

ନବରାତ୍ରୀ ୨୦୨୪: କୁଷ୍ମାଣ୍ଡା ରୂପରେ ପୂଜା ପାଇବେ ମା’ ଦୁର୍ଗା

ଭୁବନେଶ୍ଵର: ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ । ଆଜି ହେଉଛି ନବରାତ୍ରିର ଚତୁର୍ଥ ଦିନ। ଆଜି ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପୂଜା କରାଯାଏ। ନିଜର ସ୍ମିତହାସ୍ୟର ସଂପୂର୍ଣ୍ଣ ବ୍ରହ୍ମାଣ୍ଡକୁ ଉତ୍ପନ୍ନ କରିବା କାରଣରୁ ତାଙ୍କର ନାମ କୁଷ୍ମାଣ୍ଡା। ମା’ ଅନାହତ ଚକ୍ରକୁ ନିୟନ୍ତ୍ରିତ କରନ୍ତି। ଦେବୀ କୁଷ୍ମାଣ୍ଡାଙ୍କ ସ୍ୱରୂପ ଦର୍ଶନ କରି ପୂଜା କରିବା ଦ୍ୱାରା ରୋଗ, ଦୁଃଖ ଦୂର ହୁଏ। ଯଶ, ବଳ ଏବଂ ଧନରେ ମଧ୍ୟ ବୃଦ୍ଧି ହୋଇଥାଏ।

ମାଆ ଙ୍କର ଭୁଜ ସଂଖ୍ୟା ଆଠ, ମା ଅଷ୍ଟଭୁଜା ଅଟନ୍ତି। ତାଙ୍କ ୭ଟି ହାତରେ କ୍ରମଶଃ କମଣ୍ଡଳୁ, ଧନୁଷ, ବାଣ, କମଳ-ପୁଷ୍ପ, ଅମୃତପୂର୍ଣ୍ଣ କଳସ, ଚକ୍ର ତଥା ଗଦା ରହିଥାଏ। ଅଷ୍ଟମ ହାତରେ ସମସ୍ତ ସିଦ୍ଧି ଏବଂ ନିଧି ଦେଉଥିବା ଜପ ମାଳା ରହିଥାଏ। ମା କୁଷ୍ମାଣ୍ଡାଙ୍କୁ କଖାରୁର କାନ ଝୁମୁକା ଅତ୍ୟନ୍ତ ପ୍ରିୟ ଏବଂ ସଂସ୍କୃତରେ କଖାରୁକୁ କୁଷ୍ମାଣ୍ଡ କୁହାଯାଏ। ଏଥିପାଇଁ ମା ଦୁର୍ଗାଙ୍କ ଏହି ସୂରୂପକୁ କୁଷ୍ମାଣ୍ଡା କୁହାଯାଇଥାଏ। ଯିଏ ମାଆର ଅଭୟ ଚରଣାଶ୍ରିତ ନୁହେଁ ସେ ତ୍ରିତାପରେ ଦଗ୍ଧ ହେଉଥାଏ । ମାଆ କୁଷ୍ମାଣ୍ଡା ସନ୍ତାନ ତାପହାରିଣୀ କଲ୍ୟାଣମୟୀ ଜନ୍ମ ଦାତ୍ରୀ, ଜନନୀ ।

ଶାରଦୀୟ ନବରାତ୍ରିର ଆଜି ଚତୁର୍ଥ ଦିନରେ ମା କୁଷ୍ମାଣ୍ଡା ରୂପରେ ପାଇଥାନ୍ତି। ମା ଙ୍କର ନିବାସରେ ସୂର୍ଯ୍ୟ ମଣ୍ଡଳର ଅନ୍ତଃଲୋକରେ ସୂର୍ଯ୍ୟ ସମାନ ଜ୍ୟୋତି ଓ ପ୍ରଭାରେ ଦଶଦିଗ ଉଦଭାସିତ ହୋଇଥାଏ। ଏହିଦିନ ମା ସାଧକମାନଙ୍କର ମନ ଅନାହତ ଚକ୍ରରେ ସ୍ଥିତ ହୋଇଥାଏ। କୁଷ୍ମାଣ୍ଡା ଦେବୀଙ୍କୁ ବ୍ରହ୍ମାଣ୍ଡର ଆଦିଶକ୍ତି ବୋଲି କୁହାଯାଏ । ମା’ ଦୁର୍ଗାଙ୍କ ସମସ୍ତ ସ୍ୱରୂପ ମଧ୍ୟରୁ କୁଷ୍ମାଣ୍ଡା ସ୍ୱରୂପ ସବୁଠାରୁ ଉଗ୍ର ବୋଲି କୁହାଯାଏ । ପୁରାଣ ଅନୁସାରେ ମା’ ବ୍ରହ୍ମାଣ୍ଡ ରଚନା କରିଥିଲେ । ମା’ଙ୍କ ଏହି ବେଶ ଦର୍ଶନ କଲେ ମନର ଚଞ୍ଚଳତା ଦୂର ହେବା ସହିତ ରୋଗବାଗ ଶରୀର ଛାଡ଼ି ଚାଲିଯାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ନବରାତ୍ରିର ଚତୁର୍ଥ ଦିନରେ ମା’ଙ୍କୁ ମାଲପୁଆ ଭୋଗ ଲାଗିଥାଏ।

 

Leave A Reply

Your email address will not be published.