Latest Odisha News

BREAKING NEWS

ଦିଲ୍ଲୀର ହ୍ୟାଟ୍ରିକ ବିଜୟ, ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ଚେପକ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଚେନ୍ନାଇ ସୁପର କିଙ୍ଗସର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଶନିବାର ଅନୁଷ୍ଠିତ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୨୫ ରନରେ ଚେନ୍ନାଇକୁ ହରାଇଛି । ୧୫ ବର୍ଷ ପରେ ଚେପକରେ ଚେନ୍ନାଇକୁ ହରାଇବାରେ ଦିଲ୍ଲୀ ସଫଳ ହୋଇଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ ଓଭରରେ ୬ ୱିକେଟ ହରାଇ ୧୮୩ ରନ କରିଥିଲା । କେଏଲ ରାହୁଲ ୫୧ ବଲରେ ୭୭ ରନର ଇନିଂସ ଖେଳିଥିଲେ । ଅଭିଷେକ ପୋରେଲ ୩୩, ସମୀର ରିଜଭୀ ୨୦ ରନ କରିଥିବା ବେଳେ ଟ୍ରିଷ୍ଟନ ଷ୍ଟବ୍ସ ୨୪ ରନ କରି ଅପରାଜିତ ରହିଥିଲେ । ଖଳୀଲ ଅହମ୍ମଦ ୨ଟି ୱିକେଟ ନେଇଥିଲେ । ୧୮୪ ରନର ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ୨୦ ଓଭରରେ ୫ ୱିକେଟ ବିନିମୟରେ ୧୫୮ ରନ କରିବାକୁ ସକ୍ଷମ ହୋଇଥିଲା । ବିଜୟ ଶଙ୍କର ୬୯ ଓ ମହେନ୍ଦ୍ର ସିଂ ଧୋନୀ ୩୦ ରନ କରି ଅପରାଜିତ ରହିଥିଲେ ।

ଧୋନୀ ଅନ୍ୟ ମ୍ୟାଚ ତୁଳନାରେ ଏଥର ଅଧିକ ଓଭର ଥିବା ବେଳେ ବ୍ୟାଟିଂ କରିବାକୁ ଆସିଥିଲେ । ଫଳରେ ପ୍ରଶଂସକମାନେ ତାଙ୍କଠାରୁ ଏକ ଚମତ୍କାର ଇନିଂସ ଆଶାରେ ରହିଥିଲେ ମଧ୍ୟ ସେ ନିରାଶ କରିଥିଲେ । ବିପରାଜ ନିଗମ ୨ଟି ଏବଂ ମିଚେଲ ଷ୍ଟାର୍କ, ମୁକେଶ କୁମାର ଓ କୂଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଚେନ୍ନାଇ ୪ଟି ମ୍ୟାଚରୁ ଗୋଟିଏ ବିଜୟ ହାସଲ କରି ପଂଏଟ ଟେବୁଲରେ ୮ମ ସ୍ଥ୍‌ାନରେ ରହିଛି । ଦିଲ୍ଲୀ କ୍ରମାଗତ ୩ଟି ବିଜୟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛି ।

Comments are closed.