Latest Odisha News

କ୍ୟାରିୟରର ଶେଷ ୨ ବର୍ଷ ଡିଭିଲର୍ସ ଗୋଟିଏ ଖରାପ ଆଖିରେ ଖେଳିଥିଲେ

ଡର୍ବାନ: ଦକ୍ଷିଣ ଆଫ୍ରିକା କ୍ରିକେଟର ୩୬୦ ଡିଗ୍ରୀ ପ୍ଲେୟାର ଭାବେ ପରିଚିତ ଏବି ଡିଭିଲର୍ସ ତାଙ୍କ କ୍ୟାରିୟର କାହିଁକି ଶୀଘ୍ର ଶେଷ କଲେ ତାର ଖୁଲାସା କରିଛନ୍ତି । ୨୦୧୮ରେ ସେ ଆନ୍ତର୍ଜାତୀୟ ଓ ୨୦୨୧ରେ ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ । ହଠାତ ସେ କାହିଁକି ତାଙ୍କ କ୍ୟାରିୟର ଶେଷ କଲେ ତାହା ସମସ୍ତଙ୍କୁ ଚକିତ କରିଥିଲା । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ମୋ ପୁଅର ଡାହାଣ ହାତ କହୁଣୀ ମୋ ଆଖିରେ ମାଡ ହୋଇ ଯାଇଥିଲା । ଏହା ପରେ ମୋ ଡାହାଣ ଆଖିକୁ ଆଉ ଦେଖା ଯାଇ ନ ଥିଲା । ସର୍ଜରୀ ପରେ ଏଥିରେ ଅଳ୍ପ ଦେଖା ଯାଉଥିଲା । ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇ କହିଥିଲେ ଏ ଭଳି ଆଖିରେ ତୁମେ ଯେଉଁ ଭଳି ଶଟ ଖେଳୁଛ ତାହା ସମ୍ଭବପର ନୁହେଁ । ତେବେ ବାମ ଆଖି ଠିକ ଥିବା ଯୋଗୁ ମୋ କ୍ରିକେଟ କ୍ୟାରିୟର ବିଶେଷ ପ୍ରଭାବିତ ହୋଇ ନ ଥିଲା । ମୋ ରେଟିନା କ୍ଷତିଗ୍ରସ୍ତ ହୋଇଥିଲା ।

ଡିଭିଲର୍ସ ୧୧୪ ଟେଷ୍ଟ, ୨୨୮ ଦିନିକିଆ ଓ ୭୮ ଟି୨୦ ମ୍ୟାଚ ଖେଳିଛନ୍ତି । ଏଥିରେ ସେ ଯଥାକ୍ରମେ ୮୭୬୫,୯୫୭୭ ଓ ୧୬୭୨ ରନ କରିଥିଲେ । ୨୦୧୫ ବିଶ୍ୱକପ ପରେ ମୁଁ ଭାଙ୍ଗି ପଡିଥିଲି । ୨୦୧୮ ପରେ କେବଳ ଟେଷ୍ଟ ଖେଳିବା ପାଇଁ ନିଷ୍ପତି ନେଇଥିଲି । ଭାରତ ଓ ଅଷ୍ଟ୍ରେଲିଆ ପରି ଟିମକୁ ହରାଇବା ମୋ ମନରେ ଥିଲା । ସେ ଯାହା ବି ହେଉ କ୍ରିକେଟ ମୋ ପାଇଁ ଅନେକ ଭଲ ସମୟ ଆଣିଛି । ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ।

Comments are closed.