Latest Odisha News

BREAKING NEWS

ବନ୍ଦ ଘର ଭିତରୁ ମିଳିଲା ଅଧ୍ୟାପିକାଙ୍କ ମୃତଦେହ

କଟକ: ବନ୍ଦ ଘର ଭିତରୁ ମିଳିଲା ଅଧ୍ୟାପିକାଙ୍କ ମୃତଦେହ l ସିଡିଏ ସେକ୍ଟର-୯ ସ୍ଥିତ ଭଡ଼ା ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର l କଟକ ସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ଥିଲେ ମୃତ ଅଧ୍ୟାପିକା ଅନନ୍ୟା ଚକ୍ରବର୍ତ୍ତୀ l ସେ ପଶ୍ଚିମବଙ୍ଗ ବାସିନ୍ଧା ହୋଇଥିବା ସୂଚନା ମିଳିଛି l

ସୂଚନା ଅନୁସାରେ, କଟକ ସିଡିଏ ସେକ୍ଟର ୯ ସ୍ଥିତ ଏକ ଭଡ଼ା ଘରେ ରହୁଥିଲେ ଅଧ୍ୟାପିକା ଅନନ୍ୟା ଚକ୍ରବର୍ତ୍ତୀ । ଆଜି ସକାଳୁ ଅନେକ ଡେରି ପର୍ଯ୍ୟନ୍ତ ଅନନ୍ୟାଙ୍କ କବାଟ ନ ଖୋଲିବାରୁ ସନ୍ଦେହ କରି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ l ପୋଲିସ ଘଟଣା ସ୍ଥଳରେ ପହଂଚି କବାଟ ଖୋଲିବା ବେଳେ ଘରେ ଅଧ୍ୟାପିକାଙ୍କ ମୃତ ଦେହ ଦେଖିବାକୁ ପାଇଥିଲା l ତେବେ ଅଧ୍ୟାପିକା ଜଣଙ୍କ ଆତ୍ମହତ୍ୟା କରିଛନ୍ତି କି ନାହିଁ ସେ ନେଇ କୌଣସି ସୂଚନା ମିଳିନାହିଁ l ପୋଲିସ ତଦନ୍ତ ଆରମ୍ଭ କରିଛି l ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ।

Comments are closed.