Latest Odisha News

BREAKING NEWS

ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତ ଦେହ

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ମଙ୍ଗଳପୁର ଟସର ଫାର୍ମରେ ଝୁଲନ୍ତା ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ମଙ୍ଗଳପୁର ଗ୍ରାମର ଶ୍ୟାମ ଲେଙ୍କା ବୋଲି ଜଣାପଡିଛି।

ଆଜି ଅପରାହ୍ନରେ ଏକ ଗଛରେ ବୃଦ୍ଧଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ତେବେ ମୃତ ବୃଦ୍ଧ ଜଣଙ୍କର ସାମାନ୍ୟ ମାନସିକ ରୋଗ ହୋଇଥିବା ବେଳେ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।

Comments are closed.