ଢେଙ୍କାନାଳ: ବିଗତ କିଛିଦିନ ହେବ ରାଜ୍ୟରେ ଶିଶୁ ଅପହରଣ ଓ ହତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୁଣି ରାଜ୍ୟରେ ଜଣେ ଶିଶୁପୁତ୍ରର ମିଳିଛି ମୃତଦେହ ।
ସୂଚନାନୁସାରେ, ମଙ୍ଗଳବାର ଦିନ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁରୁ ଏକ ୩ ବର୍ଷର ଶିଶୁ ପୁତ୍ର ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଥିଲା ।
ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ସଂଧ୍ୟାରେ ଶିଶୁୁପୁତ୍ରଟି ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା । ବହୁତ ଖୋଜାଖୋଜି କରୁଥିଲେ ସୁଦ୍ଧା ଶିଶୁଟିର କୌଣସି ସୂଚନା ମିଳିନଥିଲା । ତେବେ ନିଖୋଜ ଶିଶୁଟିର ମୃତ ଦେହ ସନ୍ଦେହଜନକ ଭାବେ କୂଅରୁ ମିଳିଥିବା ସୂଚନା ମିଳିଛି।
Comments are closed.