ଢେଙ୍କାନାଳ: ପ୍ରତିଷ୍ଠିତ ବ୍ୟବସାୟୀ ବଳରାମ ସାହୁଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର। ସେ ନିଜ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆଜି ସନ୍ଧ୍ୟାରେ କାଲଟ୍ୟାକ୍ସ ଛକ ସ୍ଥିତ ଘର ସମ୍ମୁଖରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଖବରପାଇ ପୋଲିସ ପହଞ୍ଚି ରକ୍ତ ଜୁଡୁବୁଡୁ ମୃତଦେହକୁ ଜବତ କରିଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । କେଉଁ କାରଣରୁ ସେ ଏପରିକାଣ୍ଡ ଘଟାଇଛନ୍ତି ବା କେହି ହତ୍ୟା କରିଛନ୍ତି ତାହା ଏଯାଏ ସ୍ପଷ୍ଟ ଜଣାପଡିନି।
ଆଜି ସନ୍ଧ୍ୟାରେ ଦୁଇ ପୁଅ ଘରେ ନଥିବା ବେଳେ ବଡ ବୋହୂ ଓ ଦୁଇ ନାତୁଣୀ ଘର ଭିତରେ ଥିଲେ । ବଳରାମ ସାହୁଙ୍କର ସଦର ଥାନା ଗୁଣଦେଇପୁର, ନମିଚିରାରେ କ୍ରସର ସହ ଗୁଣିଦେଇପୁରରେ ଇଟା ବ୍ୟବସାୟ ରହିଛି । ସେହି ଅଞ୍ଚଳରେ ସେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ଜଣାଶୁଣା ଥିବା ବେଳେ ତାଙ୍କର ଏପରି ମୃତ୍ୟୁ ସହରରେ ଶୋକର ଛାୟା ଖେଳାଇଦେଇଛି । ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।
BREAKING NEWS
- Aahar scheme:‘ଆହାର’ ଯୋଜନାକୁ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
- Supply of essential goods: ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ୨୪ ଘଣ୍ଟିଆ ସଜାଗ ରହନ୍ତୁ,ଜିଲ୍ଲାପାଳମାନେ ମାର୍କେଟ ସ୍ଥିତି ଅନୁଧ୍ୟାନ କରନ୍ତୁ: ମୁଖ୍ୟମନ୍ତ୍ରୀ
- ଯଶସ୍ୱୀ, ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ରାଜସ୍ଥାନ ନିକଟରୁ ଶୋଚନୀୟ ଭାବେ ହାରିଲା ଚେନ୍ନାଇ
- BJP: ପଦ୍ମ ଧରିଲେ କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର
- Bbsr-Singapore Flights Cancelled:ଯୁଦ୍ଧର ପ୍ରଭାବ…ଭୁବନେଶ୍ବରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ
- ଅଏଲ୍ ଇଣ୍ଡିଆ ଏବଂ ସିଏସଆଇଆର-ଆଇଏମଏମଟି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
- ହାର୍ଦ୍ଦିକଙ୍କ ବ୍ୟାଟ ଚୋରୀ କରି ନେଇଗଲେ ରିଙ୍କୁ
- AI in healthcare: ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ଶ୍ରେଷ୍ଠ ଦେଶ
- ଭାମଶୀଙ୍କ ଫିଲ୍ମରେ ଅଭିନୟ କରିବେ ସଲମାନ
- Nishikant Dubey: ଦେଶବାସୀଙ୍କ ପାଖରେ ଦୁବେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ: ବିଜେଡି
Comments are closed.