Latest Odisha News

BREAKING NEWS

ରାତ୍ରଭୋଜନରୁ ବାହାରିଲା ବେଙ୍ଗ; ଅନ୍ତେବାସୀଙ୍କ ମଧ୍ୟରେ ଅସନ୍ତୋଷ

କେନ୍ଦ୍ରାପଡା: ଅନ୍ତେବାସୀଙ୍କ ପାଇଁ ରନ୍ଧା ହୋଇଥିବା ରାତ୍ରଭୋଜନରୁ ଏକ ମୃତ ବେଙ୍ଗ ମିଳିବା ପରେ କେନ୍ଦ୍ରାପଡା ଜିଲ୍ଲାର ଏକ ଅସ୍ଥାୟୀ ମେଡିକାଲ କ୍ୟାମ୍ପ (ଟିଏମସି)ରେ ଉତ୍ତେଜନା ଦେଖାଦେଇଛି ।

ଗତ ଶନିବାର ରାତିରେ ମହାକାଳପଡା ବ୍ଲକର ବାଡିହା ସ୍ଥିତ ଟିଏମସିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଏହି ଘଟଣା ପରେ ସମସ୍ତ ଅନ୍ତେବାସୀ ଭୋକରେ ରହିଥିଲେ ବୋଲି ସୁତ୍ରରୁ ପ୍ରକାଶ ।

ମିଳିଥିବା ଖବର ଅନୁଯାୟୀ, ଅନ୍ତେବାସୀମାନେ ରାତ୍ରୀ ଭୋଜନ କରିବା ପୂର୍ବରୁ ଡାଲିରେ ଏକ ମଲା ବେଙ୍ଗ ଭାସୁଥିବା ଦେଖିବାକୁ ପାଇଥିଲେ। ଏଥିରେ ଉତ୍ତେଜିତ ଅନ୍ତେବାସୀମାନେ ଟିଏମସି କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ବାଡିହା ସରପଞ୍ଚ ବିଶ୍ୱଜିତ୍ ସେଠୀ କହିଛନ୍ତି ଯେ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ସେ କାର‌୍ୟ୍ୟନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ କିନ୍ତୁ ସେ ଫୋନ୍ କାଟି ଦେଇଥିଲେ।

କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ତାଙ୍କୁ ଏହି ବିଷୟରେ ଅବଗତ କରାଯାଇଛି ଏବଂ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments are closed.