Latest Odisha News

ଅଖା ବସ୍ତାରୁ ମିଳିଲା ଗଳିତ ମୃତ ଦେହ, ହତ୍ୟା ସନ୍ଦେହ

ଯାଜପୁର: ଅଖା ବସ୍ତାରୁ ମିଳିଲା ଗଳିତ ମୃତ ଦେହ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦୁଦୁରାଅନ୍ତା ପଂଚାୟତ କୁଅଁରପୁର ନିକଟସ୍ଥ ବୈତରଣୀ ନଦୀ ପଠାରୁ ଉଦ୍ଧାର ହେଲା ଏହି ମୃତ ଦେହ । ଆଜି ସକାଳୁ ସ୍ଥାନୀୟ ବାସିନ୍ଦା ଏହାକୁ ଦେଖି ପୋଲିସ କୁ ଖବର ଦେଇଥିଲେ । ମଙ୍ଗଳପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେପଟେ କେନ୍ଦ୍ରାପଡା ସାଇଣ୍ଟଫିକ ଟିମ୍ ଏଠାରେ ପହଞ୍ଚିବା ପରେ ଅଖା ଖୋଲାଯାଇ ତଦନ୍ତ କରାଯିବ ବୋଲି ଜଣାପଡିଛି । ପାରିପାର୍ଶିକ ଅବସ୍ଥାକୁ ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । କାରଣ ଜବତ ଅଖା ବସ୍ତା ଟି ନଦୀ ପଠାରେ ପଡି ରହିଛି । ନଦୀ ଏବେ ପାଣି ନାହିଁ ପ୍ରାୟ ଶୁଖିଲା । ଏଭଳି ସ୍ଥିତିରେ କିଭଳି ଏହି ଶବ ଏଠାକୁ ଆସିଲା ତାକୁ ନେଇ ସନ୍ଦେହ କରାଯାଉଛି ।

ଅଖା ଫାଙ୍କ ରୁ ଏହା ଜଣେ ମହିଳାଙ୍କ ମୃତଦେହ ବୋଲି ଅନୁମାନ କରାଯାଉଛି । କେହି ଦୁର୍ବୁତ୍ତ ପ୍ରଥମେ ହତ୍ୟା କରିବା ପରେ ଏହି ନଦୀ ପଠାରେ ମୃତ ଦେହ କୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପୋଲିସ ଏହାର ଅଧିକ ତଦନ୍ତ କରିବା ପରେ କାରଣ ସ୍ପଷ୍ଟ ହେବ ।

Leave A Reply

Your email address will not be published.