Latest Odisha News

BREAKING NEWS

ପୁରିଲା କଣ୍ଟ: ଆଜିଠାରୁ କଡାକଡି ହେବ ନୂଆ ମୋଟରଯାନ ଆଇନ

ଭୁବନେଶ୍ୱର: ନୂଆ ମୋଟରଯାନ ଆଇନକୁ ନେଇ କୋହଳ କରାଯାଇଥିବା ସମୟ ସୀମା ଆଜି ପୁରଣ ହେଉଛି । ନୂଆ ମୋଟର ଯାନ ଆଇନ କୋହଳ ହେବାର ଡେଡଲାଇନ ସାରିଯାଇଛି ।

ଆଜିଠାରୁ ରାଜ୍ୟରେ ପୁଣି କଡାକଡି ହେବ ଟ୍ରାଫିକ ନିୟମ । ଗାଡି ଚାଳକ ଯଦି ଟ୍ରାଫିକ ନିୟମ ଉଲ୍ଲଂଘନ କରନ୍ତି ଅଥବା ସେମାନଙ୍କ ପାଖରେ ଆବଶ୍ୟକୀୟ ଗାଡି କାଗଜପତ୍ର ନଥାଏ ତେବେ ନୂଆ ମୋଟରଯାନ ଆଇନ ଅନୁସାରେ ତାଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିବ ।

କଣ ସବୁ ରହିଛି ନିୟମ:

ଡ୍ରାଇଭିଂ ଲାଇସେନ୍ସ, ହେଲମେଟ୍‌, ପଲ୍ୟୁସନ ସାର୍ଟିଫିକେଟ, ଦୁଇଚକିଆ ଗାଡିରେ ୨ଜଣ ବସିବେ, ୨ଚକିଆ ଆରୋହୀ ହେଲମେଟ୍ ପିନ୍ଧିବେ, କାର୍ ଚାଳକ ସିଟ୍‌ବେଲ୍ଟ ବାନ୍ଧିବା ଆବଶ୍ୟକ ରହିଛି । ଯଦି ଏହି ସବୁ ନିୟମକୁ ଗାଡି ଚାଳକମାନେ ଖିଲାଫ କରନ୍ତି ତେବେ ସେମାନଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡିବ ।

ସେପ୍ଟେମ୍ବର ୨୦୧୯ରେ ସାରା ଦେଶରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହୋଇଥିଲା । କିନ୍ତୁ ମାତ୍ରାଧିକ ଅର୍ଥଦଣ୍ଡ ହେତୁ ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ପରେ ମୁ୍‌ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିୟମକୁ ୩ ମାସ କୋହଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଅଧିକାଂଶ ଗ୍ରାହକ ଜରୁରୀ କାଗଜପତ୍ର କରିନଥିବାରୁ ପୁଣି ଥରେ ଆଉ ୩ ମାସ ପାଇଁ ଏହି ନିୟମକୁ କୋହଳ କରାଯାଇଥିଲା ।

ତେବେ ଶେଷ ସମୟରେ ମଧ୍ୟ ଗାଡି କାଗଜପତ୍ର କରିବା ପାଇଁ ବିଭିନ୍ନ ଆର୍‌ଟିଓ ଅଫିସ୍‌ରେ ଲମ୍ବା ଲାଇନ୍ ଲାଗିଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.