Latest Odisha News

BREAKING NEWS

ମେଡ଼ିକାଲ ମଧ୍ୟରେ ଫାର୍ମାସିଷ୍ଟଙ୍କ ଉପରେ ମରଣାନ୍ତକ ଆକ୍ରମଣ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ଛୁରାମାଡ଼। ମେଡ଼ିକାଲ ମୋବାଇଲ ହେଲଥ ୟୁନିଟର ଡ୍ରାଇଭର କିଶୋର ମହାପାତ୍ର ଡାକ୍ତରଖାନାର ଫାର୍ମାସିଷ୍ଟ ସ୍ୱାତୀ ବଘେଲଙ୍କୁ ଛୁରୀ ସାହାଯ୍ୟରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଅଫିସର ଦେଇଥିବା ସୂଚନା ଅନୁଯାୟୀ , ଗତ ତିନି ଦିନ ତଳେ ଫାର୍ମାସିଷ୍ଟ ସ୍ୱାତୀଙ୍କ ଡ୍ରାଇଭର ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ କରିଥିଲେ।ମେଡ଼ିକାଲ କର୍ତ୍ତୃପକ୍ଷ ଏକ ଟିମ ଗଠନ କରି ଏହାର ତଦନ୍ତ କରିବା ସହିତ ଆଜି ନିଜ ନିଜ ପକ୍ଷ ରଖିଥିଲେ। ତେବେ ଡ୍ରାଇଭର ଏକପାଖିଆ ନିଷ୍ପତି ହେଉଛି କହି ତଦନ୍ତ ଟିମଙ୍କ ନିଷ୍ପତିର ପ୍ରତିବାଦ କରି ବାହାରି ଆସିଥିଲେ। ତେବେ ଫାର୍ମାସିଷ୍ଟ ସ୍ୱାତୀଙ୍କୁ ଡାକ୍ତରଖାନା ପରିସରରେ ଦେଖି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।

ଫାର୍ମାସିଷ୍ଟଙ୍କ ଶରୀରର ବିଭିନ୍ନ ଯାଗାରେ ଛୁରା ମାଡରେ କ୍ଷତ ବିକ୍ଷତ ହୋଇଛି।ସ୍ୱାତୀଙ୍କ ଅଭିଯୋଗ ପରେ ଡ୍ରାଇଭରକୁ ସ୍ଥାନୀୟ ପୋଲିସ ଗିରଫ କରିବା ସହିତ ପଚରା ଉଚୁରା କରୁଛି। ଆସନ୍ତାକାଲି ଡ୍ରାଇଭରକୁ କୋର୍ଟ ଚାଲାଣ କରାଯିବ ବୋଲି ତରଭା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଛୁରା ମାଡ଼ର ସମ୍ପୂର୍ଣ୍ଣ ଘଟଣାକୁ ମେଡ଼ିକାଲ ଅଫିସର ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.