Latest Odisha News

ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୭ ପୋଲିସକର୍ମୀ ମୃତ

ହିମାଚଳପ୍ରଦେଶ: ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୭ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ପୋଲିସକର୍ମୀଙ୍କ ଗାଡି ତିସା ବୈରାଗଡ ମାର୍ଗରେ ଥିବା ତରବାଇ ପୋଲ ନିକଟ ଦେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ, ହିମାଚଳପ୍ରଦେଶର ତିସା ବୈରାଗଡ ମାର୍ଗରେ ଥିବା ତରବାଇ ପୋଲ ନିକଟ ଦେଇ ଯାଉଥିବା ବେଳେ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଘଟିବା ସମୟରେ ମୋଟ ୧୧ ଜଣ କାରରେ ଥିଲେ | ସେମାନଙ୍କ ମଧ୍ୟରୁ ୭ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ଜନ ପ୍ରତିନିଧୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୋଲିସ ଅଧିକାରି ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଆହତ ମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ଏହି ଦୁର୍ଘଟଣାକୁ ନେଇ କ୍ୟାବିନେଟ ମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ସେପଟେ ସିମଲା ବିଜେପି ଅଧ୍ୟକ୍ଷ ଏବଂ ବିଧାୟକ ହଂସରାଜ କହିଛନ୍ତି କି ଏହି ଘଟଣା ପାଇଁ ପିଡବ୍ଲ୍ୟୁଡି ଅଫିସର ଦାୟୀ । ସେମାନଙ୍କୁ ବାରମ୍ବାର ଚେତାବନୀ ଦିଆଯାଇଥିଲେ ବି ସେମାନେ ଏହି ପୋଲର ମରାମତି କରିବା କାମରେ ଅବହେଳା କରିଛନ୍ତି । ତେଣୁ ତୁରନ୍ତ ପିଡବ୍ଲ୍ୟୁଡିର କାର୍ଯ୍ୟରତ ଅଧିକାରୀ ଜୋଗିନ୍ଦର ଶର୍ମାଙ୍କୁ ଗିରଫ କରାଯାଉ ।

Comments are closed.