Latest Odisha News

BREAKING NEWS

ଆଦିକବି ସାରଳା ଦାସଙ୍କ ତିରୋଧାନ ଦିବସ ପାଳିତ

ଭୁବନେଶ୍ୱର : ଆଦିକବି ସାରଳା ଦାସଙ୍କ ମହାସମାଧି ଦିବସ ତିଥିରେ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ରମେଶ ଚନ୍ଦ୍ର ସାଏ , ଦେବରାଜ ସେନାପତି , ସୁରେନ୍ଦ୍ରନାଥ ଛୋଟରାୟ , ଯତୀନ୍ଦ୍ର ମୋହନ ଛୋଟରାୟ , ଲଷ୍ମୀଧର ବେହେରା ପ୍ରମୁଖ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ।

ସାରଳା ଦାସଙ୍କ ରଚିତ ପୁରାଣ ସାଧାରଣ ଲୋକଙ୍କ ପାଖରେ ଖୁବ ଆଦୃତ ଏବଂ ସାବଲୀଳ ଭାବରେ ନୂତନ ଦିଗଦର୍ଶନ ପ୍ରଦାନ କରେ ବୋଲି ମତ ପ୍ରକାଶ ପାଇଥିଲା।

Leave A Reply

Your email address will not be published.