Latest Odisha News

BREAKING NEWS

ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା; ୮ ଜଣଙ୍କୁ ବାନ୍ଧିଲା ପୋଲିସ

କାମାକ୍ଷାନଗର(ହରେକୃଷ୍ଣ ରାଉତ): ଢେଙ୍କାନାଳ ଜିଲ୍ଲା   ପରଜଙ୍ଗ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଘଟଣାରରେ ପୋଲିସର କାର୍ଯ୍ୟାନୁଷ୍ଠାନ । ୮ ଜଣଙ୍କୁ ଗିରଫ କରିଛି କାମକ୍ଷାନଗର ପୋଲିସ । ୨୪ ଘଣ୍ଟା ନପୁରୁଣୁ ଆକ୍ସନର ରିଆକ୍ସନ ଦେଖାଇଛି କାମାକ୍ଷାନଗର ପୋଲିସ । କାମାକ୍ଷାନଗର, ମୁକ୍ତାପଶି, ପଥରଖମ୍ବ ଓ ଚୁଳିଆ ଗାଁର ୮ ଜଣ ଜମି ମାଫିଆ ସମ୍ପୃକ୍ତି ଥିବା ପାେଲିସ କହିଛି । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଜେସିବି ମେସିନ ଓ ଦୁଇଟି ଟ୍ରାକ୍ଟରକୁ ଜବତ କରିଛି ପୋଲିସ ।

ଗତକାଲି ଅପରାହ୍ନରେ ଢେଙ୍କାନାଳ ଜିଲ୍ଲା  ପରଜଙ୍ଗ ତହସିଲର ପଥରଖମ୍ବ ଗାଁର ଏକ ସରକାରୀ ଜମିରୁ କିଛି ଦୁର୍ବୃତ୍ତ ଜେସିବି ଲଗାଇ ମାଟି ଖୋଳୁଥିଲେ । ଖବର ପାଇଁ ତହସିଲଦାର ସିରିୟାଲ ଶୁଭ୍ର ପଟେଲ ଘଟଣାସ୍ଥଳକୁ ଯାଇଥିଲେ । ସେ ସେହି ସ୍ଥାନର ଫଟୋ ଉଠାଉଥିବାବେଳେ କିଛି ୨ ଜଣ ଲୋକ ତାଙ୍କୁ ଆକ୍ରମଣ କରିଥିଲେ । ପରେ ଆଉ କିଛି ଲୋକ ଆସି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏକ ଗଛର ଡାଳ ଭାଙ୍ଗି ତହସିଲଦାରଙ୍କୁ ପିଟିବା ସହ ତାଙ୍କ ସାର୍ଟକୁ ଘୋଷାରି ଆଣିଥିଲେ । ଏପରିକି ତାଙ୍କ ଗାଡି ଉପରକୁ ଜେସିବି ମଡାଇ ଦେବାକୁ ଉଦ୍ୟମ କରୁଥିଲେ ଏହି ଦୁର୍ବୃତ୍ତ ।

ତହସିଲଦାରଙ୍କ ପଛେ ପଛେ ଯାଇଥିବା   ପରଜଙ୍ଗ ରାଜସ୍ୱ ନିରୀକ୍ଷକ ଆଲୋକ ଲେଙ୍କା ଓ ତହସିଲ ଅଫିସରେ କାର୍ଯ୍ୟରତ କନିଷ୍ଠ ପ୍ରେମାନନ୍ଦ ବେହେରା ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ ଦୁର୍ବୁତ୍ତ । ଲହୁଲୁହାଣ ଅବସ୍ଥାରେ ସମସ୍ତଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରଜଙ୍ଗ ତହସିଲଦାରଙ୍କ ମୁଣ୍ଡ ,ମୁହଁ ଓ ହାତରେ ଗଭୀର ଆଘାତ ଲାଗିଥିଲା । ୮ରୁ ୧୦ ଜଣ ମାଫିଆ ଆକ୍ରମଣ କରି ସେଠାରୁ ଫେରାର ହୋଇଯାଇଥିଲେ। ଆହତ ଅବସ୍ଥାରେ ତହସିଲଦାର, ଆରଆଇ ଓ ଜଣେ କିରାଣୀଙ୍କୁ କାମାକ୍ଷାନଗର ମେଡିକାଲରେ ଉର୍ତ୍ତି କରାଯାଇଥିଲା ।

ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ରଞ୍ଜନ କୁମାର ଦେ ଏବଂ କାମାକ୍ଷାନଗର ଥାନା ଅଧିକାରୀ ଶରତ କୁମାର ମହାଳିକ ଅଭିଯୁକ୍ତ ମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ଖୁବଶୀଘ୍ର ଜିଲ୍ଲାରେ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଗଠନ କରାଯାଇ ଜମି, ଖଣି, ବାଲି , ଜଙ୍ଗଲ ଲୁଟେରାଙ୍କ ପ୍ରତି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସପି ଜ୍ଞାନରଞ୍ଜନ ମହାପାତ୍ର ପ୍ରେସମିଟ ମାଧ୍ୟମରେ ସୂଚନା ଦେଇଛନ୍ତି।

 

Comments are closed.