Latest Odisha News

BREAKING NEWS

କୋଣାର୍କରେ କାଉ ମଡ଼କ, ଆତଙ୍କିତ ସ୍ଥାନୀୟ ବାସିନ୍ଦା

ପୁରୀ: କୋଣାର୍କର ବିଭିନ୍ନ ସ୍ଥାନରେ କାଉ ମଡ଼କ ପରେ ପୁଣିଥରେ ବାର୍ଡ ଫ୍ଲୁ ବ୍ୟାପିବାର ଆଶଙ୍କା ଦେଖାଦେଇଛି।

ସୂଚନାନୁସାରେ, ସ୍ଥାନୀୟ ଲୋକମାନେ କୋଣାର୍କର ଏକ କିଲୋମିଟର ଦୂରତ୍ୱ ମଧ୍ଯରେ ମୃତ କାଉ ଗୁଡିକୁ ପଡିଥିବାର ଦେଖିଥିଲେ।

ଯଦିଓ କାଉମାନେ କାହିଁକି ମୃତ୍ୟୁବରଣ କରୁଛନ୍ତି ତାହାର କାରଣ ଜଣାପଡିନାହିଁ, ତଥାପି ଜିଲ୍ଲାରେ ବାର୍ଡ ଫ୍ଲୁ ବ୍ୟାପିବାର କିଛି ଦିନ ପରେ ଏଭଳି ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି।

ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ଭୟଭୀତ ନହେବା ପାଇଁ ନିବେଦନ କରିବା ସହ କାଉଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପଦକ୍ଷେପ ନେବାକୁ ଆଶ୍ୱାସନା ଦେଇଛି। ଏହାବ୍ୟତୀତ ମୃତ କାଉମାନଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଲାବୋରେଟୋରୀ ପଠାଯିବ ବୋଲି ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.