Latest Odisha News

BREAKING NEWS

ପ୍ରିଗୋଜିନଙ୍କ ମୃତ୍ୟୁ, ପାଞ୍ଚ ଦିନ ପରେ କାହିଁକି ସ୍ପଷ୍ଟ କଲା ପୁଟିନ ପ୍ରଶାସନ?

ମସ୍କୋ: ଅଗଷ୍ଟ ୨୩ରେ ହୋଇଥିବା ବିମାନ ଦୁର୍ଘଟଣାରେ ଓ୍ୱାଗନର ସେନାର ମୁଖ୍ୟ ୟେଭଗେନି ପ୍ରିଗୋଜିନଙ୍କ ମୃତ୍ୟୁ ହୋଇଥିବା ରୁଷର ତଦନ୍ତକାରୀ କମିଟି ରବିବାର ସ୍ପଷ୍ଟ କରିଛି। ବିମାନ ଦୁର୍ଘଟଣା ପରେ ମିଳିଥିବା କିଛି ମୃତ ଦେହର ଡିଏନଏ ପରୀକ୍ଷା ହୋଇଥିଲା ଏହାପରେ ପ୍ରିଗୋଜିନଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ରୁଷ। ରିପୋର୍ଟ ଅନୁଯାୟୀ ସମସ୍ତ ୧୦ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଛି। ସେମାନେ ବିମାନରେ ଉଲ୍ଲେଖ ଥିବା ନାମ ସହ ପରୀକ୍ଷା ରିପୋର୍ଟ ମିଶିଛି।

ରୁଷିଆର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଚଳିତ ସପ୍ତାହ ଆରମ୍ଭରେ କହିଥିଲେ ଯେ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନରେ ଥିବା ଲୋକଙ୍କ ତାଲିକାରେ ପ୍ରିଗୋଜିନଙ୍କ ସମେତ ତାଙ୍କର କିଛି ବରିଷ୍ଠ ଲେଫ୍ଟନାଣ୍ଟ୍ ଥିଲେ। ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଘରୋଇ ଜେଟ୍ ବିମାନରେ ଥିବା ଅନ୍ୟ ନଅ ଜଣଙ୍କ ମଧ୍ୟରେ ଓ୍ୱାଗନର ସେନାର ସଦସ୍ୟ ଥିଲେ।

ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଦୁଇ ମାସ ତଳେ ବିଦ୍ରୋହ କରିଥିବା ୬୨ ବର୍ଷୀୟ ପ୍ରିଗୋଜିନଙ୍କର ଶେଷରେ ମୃତ୍ୟୁ ହୋଇଛି।

କ୍ରେମଲିନ ଏହି ଦୁର୍ଘଟଣାରେ ସମ୍ପୃକ୍ତ ଥାଇ ପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିବା ବେଳେ ଓ୍ୱାଗନର ସେନା ମଧ୍ୟ ପାଲଟା ଆକ୍ରମଣ କରିବା ନେଇ ଚର୍ଚ୍ଚା ବଢ଼ୁଛି।

୨୦୧୯ରେ ମଧ୍ୟ ଦକ୍ଷିଣ ଆଫ୍ରିକାରେ ଏକ ବିମାନ ଦୁର୍ଘଟଣାର ଶିକାର ହୋଇଥିଲେ ପ୍ରିଗୋଜିନ। ହେଲେ ଯେଉଁ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା ସେଥିରେ ସେ ନଥିଲେ। କିନ୍ତୁ ଖବର ପ୍ରସାରିତ ହୋଇଥିଲା ପ୍ରଗୋଜିନଙ୍କ ମୃତ୍ୟୁ ହୋଇଛି। ହେଲେ କିଛି ଦିନ ପରେ ସିରିଆରେ ପ୍ରିଗୋଜିନ ଥିବା ଜଣାପଡ଼ିଥିଲା। ପ୍ରିଗୋଜିନ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ଜାଣିପାରିଲେ ପ୍ରତ୍ୟେକ ମୁହୂର୍ତରେ ନିଜର ଗସ୍ତ ସୂଚୀ ବଦଳାନ୍ତି। ୨୦୧୯ରେ ମଧ୍ୟ ଆଗୁଆ ଜାଣିପାରିଥିଲେ। ତେଣୁ ବିମାନ ଯାତ୍ରୀଙ୍କ ତାଲିକାରେ ଯଦିଓ ତାଙ୍କ ନା ଥିଲା ସେ କିନ୍ତୁ ଚଢିନଥିଲେ। ତେଣୁ ଚଳିତଥର ସମାନ ଘଟଣା ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଥିଲା। ତେଣୁ ପ୍ରଗୋଜିନଙ୍କ ମୃତ୍ୟୁ ବାବଦରେ ସ୍ପଷ୍ଟ ସୂଚନା ଦେବାକୁ ଡିଏନଏ ରିପୋର୍ଟକୁ ଅପେକ୍ଷା କରିଥିଲା ରୁଷ।

Comments are closed.