Latest Odisha News

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ, ଅଭିଯୁକ୍ତକୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ହତ୍ୟା ଧମକ । ଜଣେ ଯୁବକ ଧମକପୂର୍ଣ୍ଣ ମେସେଜ ଲେଖୁଥିବା ବେଳେ ପୋଲିସ ହାତରେ ଧରାପଡିଛି ।  ସୂଚନା ଅନୂଯାୟୀ, ଅଭିଯୁକ୍ତଙ୍କ ନାମ ଅଙ୍କିତ ଗୋଏଲ୍‌ (୩୩) । ସେ ବରେଲିରୁ ନୋଏଡାକୁ ଘର ପଞ୍ଜିକୃତ କରାଇବାକୁ ଆସିଥିଲେ । ଅଙ୍କିତ ସେଠାରେ ୫ଷ୍ଟାର୍ ହୋଟେଲରେ ରହିଥିଲେ ।

ସେ ଦିଲ୍ଲୀ ମେଟ୍ରୋରେ ଯିବା ବେଳେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନାଁରେ ଧମକପୂର୍ଣ୍ଣ ମେସେଜ ଲେଖିଥିଲେ । ଏଥିରେ ତାଙ୍କୁ ହତ୍ୟା କରାଯିବା ନେଇ ଉଲ୍ଲେଖ ଥିଲା। ସେପଟେ ମେସେଜ ଲେଖୁଥିବା ବେଳେ ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜ୍‌ ମଧ୍ୟ ସାମ୍ନାକୁ ଆସିଛି । ଅଙ୍କିତ ଗୋଏଲ୍‌ ବ୍ୟାଙ୍କରେ କାମ କରନ୍ତି । ପୋଲିସ ମୁତାବକ, ଅଭିଯୁକ୍ତଙ୍କ ମାନସିକ ଅବସ୍ଥା ଠିକ୍‌ ନାହିଁ । କିନ୍ତୁ ଡାକ୍ତରୀ ପରୀକ୍ଷା ପରେ  ପ୍ରକୃତ ସତ୍ୟ ଜଣାପଡିବ ।

କହି ରଖୁଛୁ ଯେ , ଗତ ୧୯ ତାରିଖରେ କେଜ୍ରିଓ୍ୱାଲଙ୍କୁ ପଟେଲ ନଗର ଓ ରାଜୀବ ଛକ ମେଟ୍ରୋ ଷ୍ଟେସନ ଓ ଏକ ଟ୍ରେନ କୋଚରେ ହତ୍ୟା ଧମକପୂର୍ଣ୍ଣ ମେସେଜ୍‌ ଲେଖାଯାଇଥିଲା  । ଏହାକୁ ନେଇ  ଆମ ଆଦମୀ ପାର୍ଟି ଏକ ସାମ୍ବାଦିକ ସମ୍ମିଳନୀ କରି  ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲା । ଏହି ଅଭିଯୋଗ କୁ ଆଧାର କରି  ଦିଲ୍ଲୀ ପୋଲିସ ଏହି ଘଟଣାକୁ ନେଇ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଥିଲା ।  ପୋଲିସ ପଟେଲ ନଗର, ଏବଂ ରାଜୀବ ଚୌକ ମେଟ୍ରୋ ଷ୍ଟେସନର ସିସିଟିଭି ଫୁଟେଜ୍‌ ସଂଗ୍ରହ କରିଥିଲା । ସେହି ସିସିଟିଭି ଫୁଟେଜ୍‌କୁ ଆଧାର କରି ଅଭିଯୁକ୍ତ ଯୁବକଙ୍କୁ ଚିହ୍ନଟ କରାଯାଇଥିଲା ।

Leave A Reply

Your email address will not be published.