ଯାଜପୁର: ବଡ଼ସୁଆର ନିକଟରେ ଖରସ୍ରୋତା ନଦୀରେ ବୁଡ଼ି ଯାଇଥିବା ୬ ଜଣ ଯୁବକଙ୍କ ମୃତଦେହ ମିଳିଛି । ଆଜି ଆଉ ଜଣେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ନାଁ ବିଶ୍ୱଜିତ ଜେନା । ଗତକାଲି ଯାଏ ୫ ଜଣଙ୍କର ମରଶରୀର ଉଦ୍ଧାର କରିଥିଲେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ । ତିନି ଦିନରେ ସମସ୍ତଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି ।
ଶୁକ୍ରବାର ଶୁଭମ୍ ଜେନା ଓ ସମ୍ବିତ ଜେନା ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗତକାଲି ରଶ୍ମିରଂଜନ ଜେନା, କରଣ ଜେନା ଓ କୃଷ୍ଣ ଜେନାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସମସ୍ତଙ୍କର ମୃତଦେହ ମିଳିବା ପରେ ସର୍ଚ୍ଚ ଅପରେସନ ବନ୍ଦ ହୋଇଛି ।
ଶୁକ୍ରବାର ଦିନ ହୋଲି ଖେଳ ସାରି ଖରସ୍ରୋତା ନଦୀରେ ଗାଧୋଇବାକୁ ସାଙ୍ଗ ହୋଇ ସମସ୍ତେ ଯାଇଥିଲା । ପାଣି ଭିତରେ ବାଇଗଣ ଫିଙ୍ଗି ଖେଳିବା ବେଳେ ଜଣେ ଭାସି ଯାଇଥିଲା । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅଥଳ ପାଣିରେ ବୁଡିଗଲେ ଜଣଙ୍କ ପରେ ଜଣେ ।
ବହୁ ଖୋଜାଖୋଜି ପରେ ସମସ୍ତଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସମସ୍ତ ମୃତକ ଗୋଟିଏ ବଂଶର ବୋଲି ଜଣାପଡିଛି । ପୂରା ଗାଁ ସ୍ତବ୍ଧ ହୋଇଯାଇଛି । ତିନି ଦିନ ହେଲା କାହା ଘେ ଚୁଳି ବି ଜଳିନି ।
Comments are closed.