Latest Odisha News

BREAKING NEWS

ଯାଜପୁର ଖରସ୍ରୋତାରେ ବୁଡ଼ି ଯାଇଥିବା ୬ ଜଣଙ୍କର ମୃତଦେହ ମିଳିଲା

ପାଣିରେ ଖେଳିବା ହେଲା କାଳ

ଯାଜପୁର: ବଡ଼ସୁଆର ନିକଟରେ ଖରସ୍ରୋତା ନଦୀରେ ବୁଡ଼ି ଯାଇଥିବା ୬ ଜଣ ଯୁବକଙ୍କ ମୃତଦେହ ମିଳିଛି । ଆଜି ଆଉ ଜଣେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ନାଁ ବିଶ୍ୱଜିତ ଜେନା । ଗତକାଲି ଯାଏ ୫ ଜଣଙ୍କର ମରଶରୀର ଉଦ୍ଧାର କରିଥିଲେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ । ତିନି ଦିନରେ ସମସ୍ତଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି ।

ଶୁକ୍ରବାର ଶୁଭମ୍‌ ଜେନା ଓ ସମ୍ବିତ ଜେନା ମୃତଦେହ ଉଦ୍ଧାର କରାଯାଇଥିବା ବେଳେ  ଗତକାଲି ରଶ୍ମିରଂଜନ ଜେନା, କରଣ ଜେନା ଓ  କୃଷ୍ଣ ଜେନାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସମସ୍ତଙ୍କର ମୃତଦେହ ମିଳିବା ପରେ ସର୍ଚ୍ଚ ଅପରେସନ ବନ୍ଦ ହୋଇଛି ।

ଶୁକ୍ରବାର ଦିନ ହୋଲି ଖେଳ ସାରି ଖରସ୍ରୋତା ନଦୀରେ ଗାଧୋଇବାକୁ ସାଙ୍ଗ ହୋଇ ସମସ୍ତେ ଯାଇଥିଲା । ପାଣି ଭିତରେ ବାଇଗଣ ଫିଙ୍ଗି ଖେଳିବା ବେଳେ ଜଣେ ଭାସି ଯାଇଥିଲା । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅଥଳ ପାଣିରେ ବୁଡିଗଲେ ଜଣଙ୍କ ପରେ ଜଣେ ।

ବହୁ ଖୋଜାଖୋଜି ପରେ ସମସ୍ତଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସମସ୍ତ ମୃତକ ଗୋଟିଏ ବଂଶର ବୋଲି ଜଣାପଡିଛି । ପୂରା ଗାଁ ସ୍ତବ୍ଧ ହୋଇଯାଇଛି । ତିନି ଦିନ ହେଲା କାହା ଘେ ଚୁଳି ବି ଜଳିନି ।

Leave A Reply

Your email address will not be published.