Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଦେବ ଦୀପାବଳି ନୀତି, ୩ ଦିନ ଧରି ଚାଲିବ ଉତ୍ସବ

ପୁରୀ: ପରମ୍ପରା ଅନୁସାରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଦୀପାବଳି ନୀତି । ଆଜିଠାରୁ ଆରମ୍ଭ ହୋଇଥିବା ଦେବ ଦୀପାବଳି ଉତ୍ସବ ତିନିଦିନ ଧରି ଚାଲିବ । ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ କରି ଶ୍ରାଦ୍ଧବେଶରେ ବିଭୂଷିତ ହୋଇଥାନ୍ତି ।

ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା ରହି ଆସିଛି । ଆଜି ପ୍ରଥମ ଦିନରେ ମହାପ୍ରଭୁ ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢ଼ିବା ପରେ ଅଦିତି ଓ କଶ୍ୟପଙ୍କ ଉଦ୍ଦେଶ୍ୟରେ ଦୀପ ଦାନ ଓ ଶ୍ରାଦ୍ଧ ଦେଇଥାନ୍ତି ।

ଦେବ ଦୀପାବଳୀର ପ୍ରଥମ ଦିନରେ ଶ୍ରୀଜଗନ୍ନାଥ ସେବା ସଂସ୍ଥାନ ତରଫରୁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ମଧ୍ୟ ପ୍ରଦୀପ ପ୍ରଜ୍ୱଳନ କରାଯାଇଛି । ଛତିଷା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କ ପ୍ରୟାସରେ ଶ୍ରୀମନ୍ଦିର ବିଭିନ୍ନ ନିଯୋଗର ସେବାୟତଙ୍କ ସମେତ, ବିଭିନ୍ନ ମଠର ମଠାଧୀଶ, ଶତାଧିକ ଭକ୍ତଙ୍କ ସହ ଓଲିଉଡ ଷ୍ଟାର ଦମ୍ପତି ଅର୍ଚ୍ଚିତା, ସବ୍ୟସାଚି ଏହି ଉତ୍ସବରେ ସାମିଲ୍ ହୋଇଥିଲେ ।

Leave A Reply

Your email address will not be published.