Latest Odisha News

ଦେବାଶିଷ ମହାନ୍ତି ହେଲେ ଭାରତୀୟ କ୍ରିକେଟ ଟିମ୍ ଚୟନ କମିଟି ସଦସ୍ୟ

ଭାରତୀୟ ସିନିୟର କ୍ରିକେଟ ଟିମ୍‌ର ଚୟନ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଓଡିଶାର ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତି । ଦେବାଶିଷ ମହାନ୍ତିଙ୍କ ନାଁକୁ ସିଏସି ବିସିସିଆଇକୁ ସୁପାରିଶ କରିଥିଲା । ଦେବାଶିଷଙ୍କ ସହିତ ଚେତନ ଶର୍ମା, ଅବେ କୁରୁଭିଲ୍ଲା ମଧ୍ୟ ଚୟନ କମିଟିର ନୂଆ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଆଜି ଅନୁଷ୍ଠିତ ହୋଇଥିବା ବିସିସିଆଇର ବାର୍ଷିକ ସାଧାରଣ ବୈଠକ ପରେ ଏହି ଘୋଷଣା ହୋଇଛି । ଚେତନ ଶର୍ମା ଚୟନ କମିଟିର ଅଧ୍ୟକ୍ଷ ହେବେ ।

ଚୟନ କମିଟିରୁ ଶରଣଦୀପ ସିଂହ, ଯତୀନ ପରାଞ୍ଜପେ ଓ ଦେବାଙ୍ଗ ଗାନ୍ଧିଙ୍କ କାର୍ଯ୍ୟକାଳ ସରିବା ପରେ ନୂଆ ସଦସ୍ୟ ଭାବେ ଚେତନ ଶର୍ମା, ଦେବାଶିଷ ମହାନ୍ତି ଓ ଅବେ କୁରୁଭିଲ୍ଲା ସ୍ଥାନ ପାଇଛନ୍ତି । ଏହି ତିନି ନୂଆ ସଦସ୍ୟଙ୍କ ସହିତ କମିଟିରେ ଆଉ ଦୁଇ ଜଣ ସଦସ୍ୟ ସୁନୀଲ ଯୋଶୀ ଓ ହରବିନ୍ଦର ସିଂହ ଚୟନ କମିଟିରେ ରହିବେ ।

Comments are closed.