Latest Odisha News

BREAKING NEWS

ପ୍ରାର୍ଥୀ କଲାନି ବିଜେପି, ବରୀରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ଦେବାଶିଷ ନାୟକ

ଯାଜପୁର: ବରୀରୁ ନିର୍ବାଚନ ଲଢ଼ିବେ ଦେବାଶିଷ ନାୟକ। ବିଜେପି ଛାଡ଼ି ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ବିଜେପିରୁ ଟିକେଟ୍ ନମିଳିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଦେବାଶିଷ। ବିଜେପି ଟିକେଟରେ ନିର୍ବାଚନ ଲଢ଼ିବା ନେଇ କିଛି ଦିନ ତଳେ ବିଜେଡ଼ି ଛାଡ଼ିଥିଲେ ପୂର୍ବତନ ମନ୍ତ୍ରୀ । ଏବେ ଟିକେଟ ନମିଳିବା ପରେ ସାମାଜିକ ଗଣମାଧ୍ୟମରେ ନିର୍ବାଚନ ଲଢ଼ିବା ନେଇ ସୂଚନା ଦେଇଛନ୍ତି ।

ସୂଚନା ଥାଉକି ଗତକାଲି ବରୀରୁ ଉମେଶ ଜେନାଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି। ଏବେ ଟିକେଟ ନମିଳିବା ପରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବା ନେଇ ସେ ସୂଚନା ଦେଇଛନ୍ତି। ଦେବାଶିଷ କହିଛନ୍ତି ବରୀବାସୀ ମୋ ବଳ । ଦଳ ମୋ ପାଇଁ ବଡ଼ ନୁହେଁ । ବରୀବାସୀଙ୍କ ସେବା କରିବାକୁ ମୁଁ ନିର୍ବାଚନ ଲଢ଼ିବି । ଦେବାଶିଷ ନାୟକ ସ୍ୱାଧୀନ ପ୍ରାର୍ଥୀ ହେଲେ ବିଜେଡି ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇପାରେ। ଅନ୍ୟପଟେ ବିଜେପି ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବନି।

Comments are closed.