Latest Odisha News

ନିଆଳିରେ ଶାସକ ଦଳରେ କନ୍ଦଳ! ଦେବାଶିଷ ଓ ପ୍ରମୋଦଙ୍କ ବିରୋଧରେ ବର୍ଷିଲେ ଦଳୀୟ ନେତା

କଟକ: ଶାସକ ବିଜୁ ଜନତା ଦଳ ଭିତରେ କନ୍ଦଳ ଲାଗି ରହିଥିବା ବେଳେ ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ନେଇ କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ଦେଇଥିବା ବୟାନକୁ ନେଇ ସୋମବାର ନିଆଳିର ଦୁଇ ବିଜେଡି ନେତା କଟାକ୍ଷ କରିଛନ୍ତି। ସେମାନେ ଏହି ଅବସରରେ ନିଆଳି ବିଧାୟକ ମଲ୍ଲିକଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି।

କିଛି ଦିନ ତଳେ ନିଆଳିରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଦେବାଶିଷ ସାମନ୍ତରାୟ। ଏହି ଅବସରରେ ସେ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ସମୟରେ ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ପ୍ରଶଂସା କରିଥିଲେ।

ସେ କହିଥିଲେ, ନିଆଳିବାସୀଙ୍କର ପ୍ରମୋଦ ମଲ୍ଲିକଙ୍କ ଉପରେ ଭରସା ରହିଛି। ସେ ଏହା ମଧ୍ୟ ବିଶ୍ୱାସ କରିବା ଉଚିତ ଯେ ନବୀନ ପଟ୍ଟନାୟକ ତାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଛିଡା କରିବେ ଏବଂ ସେ ଚତୁର୍ଥ ଥର ପାଇଁ ଜିତିବେ। ଯଦି ନିଆଳି ଅଞ୍ଚଳ ବିଜେଡିର ଗଡ଼ ପାଲଟିଛି ତେବେ ଏହାର ଶ୍ରେୟ ପ୍ରମୋଦ ମଲ୍ଲିକଙ୍କୁ ଯାଉଛି ବୋଲି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ କହିଥିଲେ।

ସେ ଆହୁରି କହିଥିଲେ, ତାଙ୍କର ଟିକେଟ୍ ପାଇବାର ଅଧିକାର ରହିଛି। ଆଉ କିଛି ଆଶାୟୀ ଅଛନ୍ତି ଯେଉଁମାନେ ଥରେ ମୋ ପାଖକୁ ଆସିଥିଲେ। ପ୍ରଥମେ ନିର୍ବାଚନ ମଣ୍ଡଳୀର ଲୋକଙ୍କ ଆଶୀର୍ବାଦ ନେବା ପରେ ନବୀନ ପଟ୍ଟନାୟକଙ୍କ ପାଖକୁ ଯାଇ ଆଶୀର୍ବାଦ ନିଅନ୍ତୁ ବୋଲି ସେ କହିଥିଲେ। ତେବେ ଦେବାଶିଷ ସାମନ୍ତରାୟଙ୍କ ଏଭଳି କଥା ବିଜେଡିର କିଛି ନେତାଙ୍କ ମନକୁ ଛୁଇଁ ପାରିନାହିଁ।

ସୋମବାର ଦିନ ନିଆଳିର ବିଜେଡି ନେତା ବିପିନ ବେହେରା ଓ ତୃପ୍ତିରଞ୍ଜନ ବେହେରା ଏକ ସାମ୍ବାଦିକ ସମ୍ମିଳନୀ ଡାକି ଦେବାଶିଷ ସାମନ୍ତରାୟଙ୍କ ଉପରେ ବର୍ଷିଥିଲେ। ପ୍ରାର୍ଥୀ ଚୟନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି. କିନ୍ତୁ ସେ (ସାମନ୍ତରାୟ) କହିଥିଲେ ଯେ ବିଧାୟକ ପ୍ରମୋଦ ମଲ୍ଲିକ ଚତୁର୍ଥ ଥର ପାଇଁ ଟିକେଟ ପାଇବେ। ଏହା ଆଶାୟୀ ପ୍ରାର୍ଥୀ ଓ ଜନତାଙ୍କୁ ଉତ୍ସାହିତ କରିଛି ବୋଲି ତୃପ୍ତିରଞ୍ଜନ ବେହେରା କହିଛନ୍ତି।

ଅନୁରୂପ ଭାବେ ବିପିନ ବେହେରା କହିଛନ୍ତି, ପାର୍ଟି ଗଠନ ହେବା ଦିନଠାରୁ ଆମେ ଦଳ ପାଇଁ କାମ କରୁଛୁ ଏବଂ ଏହା ପୂର୍ବରୁ ମଧ୍ୟ ଯେତେବେଳେ ଜନତା ଦଳ ଥିଲା। ସେ (ପ୍ରମୋଦ ମଲ୍ଲିକ) ହୁଏତ ଶୃଙ୍ଖଳାର ଅଭାବ..। ଆଉ ଏହାର ପ୍ରମାଣ ମଧ୍ୟ ମିଳିସାରିଛି। ସେ କାହିଁକି ମୋ ବିରୋଧରେ ଅଛନ୍ତି ତାହା ହେଉଛି ଯେ ଯେତେବେଳେ ଦଳରେ ସମୟ ବିତାଇବା କଥା ଆସେ, ସେ ମୋ ଠାରୁ ସାନ।

ଉଲ୍ଲେଖଯୋଗ୍ୟ, ନିକଟରେ ପ୍ରମୋଦଙ୍କ ବିରୋଧରେ ମହିଳାଙ୍କୁ ଅପମାନ ଦେବା ସହିତ ସ୍ଥାନୀୟ ଅଞ୍ଚଳରେ ଲୋକ ମଧ୍ୟ ତାଙ୍କୁ ନେଇ ଅସନ୍ତୋଷ ଥିବା କୁହାଯାଉଛି। ଏହାରି ଭିତରେ ପ୍ରମୋଦଙ୍କ ସ୍ଥାନାରେ ଦଳ ଆଉ ଜଣଙ୍କୁ ଟିକେଟ ଦେବା ନେଇ ଚର୍ଚ୍ଚା ହେଉଛି। କିନ୍ତୁ ଟିକେଟ ମିଳିବା ଥୟ ବୋଲି ଦେବାଶିଷ ଆଗୁଆ କହିବା କେଉଁଠି କେଉଁଠି ପ୍ରମୋଦଙ୍କ ପ୍ରତିପକ୍ଷ ଶିବିରକୁ ଝଟକା ଲାଗିଛି। ଯେଉଁମାନେ କି ବିଧାୟକ ଟିକେଟ ପାଇଁ ଆଶାୟୀ।

Comments are closed.