Latest Odisha News

BREAKING NEWS

ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଆଠଗଡ଼: ଜଙ୍ଗଲରୁ ପୁଣି ଦନ୍ତା ହାତୀର ମୃତଦେହ ଉଦ୍ଧାର । କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟୁଣୀ ରେଞ୍ଜ ଅନ୍ତର୍ଗତ ରାଣୀ ବଣିଆ ସଂରକ୍ଷିତ ଜଙ୍ଗଲରୁ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି । ଅନୁମାନ କରାଯାଉଛି ଗତ 15 ଦିନ ତଳେ ହାତୀର ମୃତ୍ୟୁ ହୋଇଛି । ମୃତ୍ୟୁର ସଠିକ କାରଣ ଜଣା ପଡିନି । ତେବେ ଭାଇରାଲ୍ ଇନଫେକସନରୁ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରୁଛି ବନ ବିଭାଗ । ମୃତଦେହକୁ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି । ହାତୀଟି କୌଣସି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛି ନା ଶିକାର କରାଯାଇଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.