Latest Odisha News

BREAKING NEWS

ଟ୍ୱିନସିଟିରେ କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ; ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଭୁବନେଶ୍ୱର: କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ଲାଗି ୬୫୦ ଶଯ୍ୟା ବିଶିଷ୍ଟ ଦୁଇଟି ସ୍ୱତନ୍ତ୍ର ଡାକ୍ତରଖାନା ଟ୍ୱିନସିଟି ଭୁବନେଶ୍ୱର ଏବଂ କଟକ ସହରରେ ପ୍ରସ୍ତୁତ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ଦିନ ଘୋଷଣା କରାଯାଇଛି ।

ଏହାକୁ ଓଡିଶା କୋଭିଡ ହସ୍ପିଟାଲ ନାମରେ ନାମିତ କରାଯାଇଥିବା ବେଳେ ମାତ୍ର ଏକ ସପ୍ତାହ ମଧ୍ୟରେ ଏହି ସୁବିଧା ଉପଲବ୍ଧ କରାଯାଇଛି ।

ଭୁବନେଶ୍ୱରର କିମ୍ସରେ ୫୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରସ୍ତୁତ କରାଯାଇଥିବା ବେଳେ ଦ୍ୱିତୀୟଟି କଟକସ୍ଥିତ ୧୫୦ ଶଯ୍ୟା ବିଶିଷ୍ଟ ଅଶ୍ୱିନୀ ହସ୍ପିଟାଲ୍। ଉଭୟ ଡାକ୍ତରଖାନା ଲାଗି ଅର୍ଥ ଯୋଗାଇଛି ଓଡିଶା ଖଣି ନିଗମ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ କିମ୍ସ ଏବଂ ଅଶ୍ୱିନୀ ଡାକ୍ତରଖାନାର ପରିଚାଳନା କମିଟିକୁ ଧନ୍ୟବାଦ ଜଣାଇଛନ୍ତି। ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ଡାକ୍ତର ଏବଂ ପାରାମେଡିକ୍ସଙ୍କ ସହ ମଧ୍ୟ କଥାବାର୍ତ୍ତା କରିବା ସହ କରୋନାଭାଇରସ୍ ବିରୋଧରେ ଲଢେଇରେ ସେମାନଙ୍କର ପ୍ରତିବଦ୍ଧତା ଏବଂ ଉତ୍ତମ ସେବାକୁ ପ୍ରଶଂସା ମଧ୍ୟ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଏହି ଡାକ୍ତରଖାନାଗୁଡ଼ିକରେ ଥିବା ସମସ୍ତ କୋଭିଡ-୧୯ ରୋଗୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମାଗଣା ଚିକିତ୍ସା, ମାଗଣା ଖାଦ୍ୟ ଏବଂ ମାଗଣା ରହଣି ଘୋଷଣା କରିଛନ୍ତି।

ଏହାଛଡା ୫୦୦ ଶଯ୍ୟା ବିଶିଷ୍ଟ ରାଜ୍ୟ ସରକାରଙ୍କ ତୃତୀୟ କୋଭିଡ ହସ୍ପିଟାଲ ଆଇଏମଏସ ଏବଂ ସମ ହସ୍ପିଟାଲ ଦ୍ୱାରା ପରିଚାଳିତ ହେବାକୁ ଥିବାବେଳେ ଏଥିପାଇଁ ମହାନାଦୀ କୋଇଲଫିଲ୍ଡସ୍ ଲିମିଟେଡ୍ ଅର୍ଥ ଯୋଗାଇବ । ଯାହା ଆସନ୍ତା ୩ଦିନ ମଧ୍ୟରେ ପ୍ରସ୍ତୁତ ହେବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.