Latest Odisha News

BREAKING NEWS

ଓଡ଼ିଶା ମୁହାଁ ଗଭୀର ଅବପାତ; ଟ୍ୱିନ ସିଟିରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶାର ସଂଲଗ୍ନ ଅଞ୍ଚଳଗୁଡ଼ିକରେ ଗଭୀର ଅବପାତ ସୃଷ୍ଟ ହେବା ସହ ଅପରାହ୍ନ ସୁଦ୍ଧା ବାଲେଶ୍ୱର ନିକଟବର୍ତ୍ତୀ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଫଳରେ ଭାରତୀୟ ପାଣିପାଗ ବିଭାଗ (IMD) ସୋମବାର ସନ୍ଧ୍ୟା ପ୍ରାୟ ୫ଟା ପର୍ଯ୍ୟନ୍ତ ଓଡ଼ିଶାର ଟ୍ୱିନ ସିଟି ପାଇଁ ଏକ ସତର୍କ ସୂଚନା ଜାରି କରିଛି।

ଆଗାମୀ ୩ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ କଟକରେ ଝଡ଼ତୋଫାନ ଏବଂ ବଜ୍ରପାତ ସହିତ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ଲୋକଙ୍କୁ ସତର୍କ ରହିବାକୁ ଏବଂ ପାଣିପାଗ ସ୍ଥିତିରୁ ରକ୍ଷା କରିବା ପାଇଁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି।

ଏହାର ପ୍ରଭାବରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ୨୭ ଜୁଲାଇରେ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା, ୨୮ ଜୁଲାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ୨୯ ଓ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ।

୨୭ ଜୁଲାଇରେ ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲା ପାଇଁ ପାଣିପାଗ କାର୍ଯ୍ୟାଳୟ ଏକ ରେଡ୍ ସତର୍କତା ଜାରି କରିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ା, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କନ୍ଧମାଳ, ନୂଆପଡ଼ା ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

Leave A Reply

Your email address will not be published.