Latest Odisha News

ଗଣତନ୍ତ୍ର ଦିବସ ହିଂସା; ଦୀପ୍‌ ସିଦ୍ଧୁଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ହିଂସା ସହ ଜଡିତ ଦ୍ୱିତୀୟ ମାମଲାରେ ସୋମବାର ଦିନ ଦିଲ୍ଲୀ କୋର୍ଟ ପଞ୍ଜାବୀ ଅଭିନେତା ତଥା କାର୍ଯ୍ୟକର୍ତ୍ତା ଦୀପ ସିଦ୍ଧୁଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜାନୁଆରୀ ୨୬ ହିଂସା ସହ ଜଡିତ ପ୍ରଥମ ମାମଲାରେ ଜାମିନ ପାଇବା ପରେ ପୁଣି ଥରେ ଗିରଫ ହୋଇଥିଲେ ଦୀପ୍‌ ସିଦ୍ଧୁ।

କୃଷକଙ୍କ ବିରୋଧ ସମୟରେ ଲାଲ୍‌ କିଲ୍ଲା ସ୍ମାରକୀରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସିଦ୍ଧୁଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ।

ଗଣତନ୍ତ୍ର ଦିବସରେ ହୋଇଥିବା ହିଂସା ସଂପର୍କରେ ସିଦ୍ଧୁଙ୍କ ବିରୋଧରେ ଦୁଇଟି ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ପ୍ରଥମ ଏଫଆଇଆରରେ ତାଙ୍କୁ ଜାମିନ ପ୍ରଦାନ କରାଯିବାର କିଛି ଘଣ୍ଟା ପରେ ଦ୍ୱିତୀୟ ଥର ପାଇଁ ଲାଲ୍‌ କିଲ୍ଲା ସ୍ମାରକୀ କ୍ଷୟକ୍ଷତିକୁ ନେଇ ତାଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଥିଲା।

Comments are closed.