Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକା ବିପକ୍ଷ କ୍ରିକେଟ ସିରିଜ: ଦିନିକିଆରୁ ଚାହର , ଟେଷ୍ଟରୁ ସାମୀ ଓହରିଲେ

ଡର୍ବାନ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ପେସ ବୋଲର ଦୀପକ ଚାହର ପରିବାର ସଦସ୍ୟଙ୍କ ମେଡିକାଲ ଏର୍ମଜେନ୍ସି ନେଇ ଏହି ନିଷ୍ପତି ନେଇଛନ୍ତି । ଦୀପଙ୍କ ବଦଳ ଖେଳାଳି ଭାବେ ଆକାଶଦୀପଙ୍କୁ ଦଳରେ ସାମିଲ କରାଯାଇଛି । ଦିନିକିଆ ସିରିଜର ଶେଷ ୨ଟି ମ୍ୟାଚରେ ଶେୟାସ ଆୟାର ଖେଳିବେ ନାହିଁ । ସେ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି କରିବେ ବୋଲି ଏହି ନିଷ୍ପତି ନେଇଛନ୍ତି । ସେହିପରି ଆଘାତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକୁଳି ନ ଥିବାରୁ ମହମ୍ମଦ ସାମୀ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ଓହରି ଯାଇଛନ୍ତି । ତାଙ୍କ ବଦଳ ଖେଳାଳିଙ୍କ ନାମ ବିସିସିଆଇ ଘୋଷଣା କରି ନାହିଁ । ଟିମ ଇଣ୍ଡିଆର ମୂଖ୍ୟ କୋଚ ରାହୁଲ ଡ୍ରାଭିଡ, ବ୍ୟାଟିଂ କୋଚ ବିକ୍ରମ ରାଠୋର ଓ ବୋଲିଂ କୋଚ ପାରସ ମାହାମ୍ବ୍ରେ ଟେଷ୍ଟ ଟିମ ସହିତ ଯୋଗ ଦେବେ ।

ଦିନିକିଆ ଟିମ: ରିତୁରାଜ ଗାଏକ୍ୱାଡ, ସାଇ ସୁଦର୍ଶନ, ତିଳକ ବର୍ମା, ରଜତ ପାଟୀଦାର, ରିଙ୍କୁ ସିଂ, ଶ୍ରେୟାଶ ଆୟାର, କେଏଲ ରାହୁଲ (ଅଧିନାୟକ), ସଞ୍ଜୁ ସାମସନ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ, ମୁକେଶ କୁମାର, ଆଭେଶ ଖାଁ, ଅର୍ଶଦୀପ ସିଂ, ଆକାଶଦୀପ ।

Comments are closed.