ସମ୍ବଲପୁର: ସାଇବର ଠକେଇର ଶିକାର ହେଲେ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ । ସେ ଦେଢ ଲକ୍ଷ ଟଙ୍କାର ଠକେଇର ଶିକାର ହେଇଛନ୍ତି । ଏ ନେଇ ସେ ସମ୍ବଲପୁର ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସମ୍ବଲପୁର ମୋଦୀପଡା ହେଉଛି ଦୀପାଳିଙ୍କ ପୈତୃକ ଘର । ଅଇଁଠାପାଲିରେ ତାଙ୍କର ଆଇସିଆଇସିଆଇ ବ୍ୟାଙ୍କର ଆକାଉଂଟ ରହିଛି । ଯେଉଁ ଆକାଉଂଟରୁ ତାଙ୍କ ଟଙ୍କା ଗାଏବ ହୋଇଛି ।
ସେ ଲିଖିତ ଅଭିଯୋଗ କରି କହିଛନ୍ତି, ତାଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା। ଯାହାକି ଏକ ଓଟିପି ନମ୍ବର ଥିଲା। ସେ କିନ୍ତୁ ଏହି ଓଟିପିକୁ କାହା ସହ ସେୟାର କରିନାହାନ୍ତି । ପରେ କିନ୍ତୁ ଦୁଇଟି ଟ୍ରାଞ୍ଜାକସନରେ ପ୍ରଥମେ ଲକ୍ଷେ ପରେ ୫୦ ହଜାର ଟଙ୍କା ଟ୍ରାଞ୍ଜାକସନ ହୋଇଛି । ଟଙ୍କା କଟିବା ପରେ ତାଙ୍କ ମୋବାଇଲକୁ ମେସେଜ ଆସିଥିଲା। ଏହା ଦେଖି ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ପରେ ବ୍ୟାଙ୍କ ଆକାଉଣ୍ଟର ନେଣଦେଣ ରିପୋର୍ଟ ଦେଖିବା ପରେ ଥାନାରେ ଏତଲା ଦେଇଛନ୍ତି । ଯେଉଁଥିରେ ସେ ବ୍ୟାଙ୍କ ଆକାଉଣ୍ଟର ନେଣଦେଣ ରିପୋର୍ଟକୁ ମଧ୍ୟ ଦେଇଛନ୍ତି । ପୋଲିସ ଦୀପାଳି ଦାସଙ୍କ ଏତଲାକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।
ସାଧାରଣତଃ ଓଟିପି ସେୟାର କଲେ କିମ୍ବା ଲିଙ୍କ ଉପରେ କ୍ଲିକ କଲେ ସାଇବର ଠକଙ୍କ ଜାଲରେ ପଡିବାର ସମ୍ଭାବନା ଥାଏ। କିନ୍ତୁ ଦୀପାଳିଙ୍କ ଏତଲାକୁ ଯଦି ସତ ବୋଲି ଗ୍ରହଣ କରାଯାଏ ତାହେଲେ ସେ ଓଟିପି ସେୟାର କରିନଥିଲେ ମଧ୍ୟ କିଭଳି ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ହେଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଉ ଏହା କିପରି ହେଲା ତାହା ଏବେ ତଦନ୍ତସାପେକ୍ଷ। ଦୀପାଳି ଯେଉଁଭଳି ଠକେଇର ଶିକାର ହେଲେ ତାକୁ ଯଦି ସତ ବୋଲି ଗ୍ରହଣ କରାଯିବ ତାହେଲେ ବ୍ୟାଙ୍କ ଆକାଉଣ୍ଟ ଧାରୀ ଏବେ ଚିନ୍ତାରେ ରହିବେ।
Comments are closed.