Latest Odisha News

ବାପାଙ୍କ ଗଡରେ ଝିଅର ପରାଜୟ, ଝାରୁସୁଗୁଡାରେ ଫୁଟିଲା ପଦ୍ମ

ଝାରସୁଗୁଡା: ବାପାଙ୍କ ଗଡରେ ପରାସ୍ତ ହେଲେ ଝିଅ ଦୀପାଳି । ପଦ୍ମ ହାତକୁ ଗଲା ଝାରୁସୁଗୁଡା । ଝାରୁସୁଗୁଡା ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୧୩୨୨ ଭୋଟରେ ହରାଇଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ।

ବାପା ନବକିଶୋର ଦାସଙ୍କ ହତ୍ୟା ଘଟଣା ପରେ ଗତବର୍ଷ ଝାରସୁଗୁଡା ଉପନିର୍ବାଚନରେ ଅନୁକମ୍ପାମୂଳକ ଭୋଟରେ ଜିତିଥିଲେ ତାଙ୍କ ଝିଅ ଦୀପାଳି ଦାସ। ଏଥର ବି ଦୀପାଳିଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ହେଲେ ନବଙ୍କ ଗଡରେ ଏବେ ପଦ୍ମ ଫୁଟାଇଛି ବିଜେପି। ଉପନିର୍ବାଚନ ବେଳର ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ଦୀପାଳିଙ୍କୁ ଡିଫିଟ୍ କରିଛନ୍ତି ।

ତେବେ ଉପନିର୍ବାଚନରେ ବାପାଙ୍କ  ବିଜୟ ବ୍ୟବଧାନ ଭାଙ୍ଗି ୪୮ହଜାରରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ହରାଇଥିଲେ। କିନ୍ତୁ ଏଥର ୨୪ ନିର୍ବାଚନରେ ଜଣା ପଡିଲା ଦୀପାଳିଙ୍କ ପାଓ୍ବାର କେତେ! ୧୩୨୨ ଭୋଟରେ ଦୀପାଳିଙ୍କୁ ହରାଇଛନ୍ତି ଟଙ୍କଧର । ସେପଟେ ବାପାଙ୍କ ଗଡରେ ଡିଫିଟ୍ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ଅମିତା ବିଶ୍ବାଳ ।

 

Leave A Reply

Your email address will not be published.