Latest Odisha News

ଦୀପିକା, ଲଭଲୀନା, ଲକ୍ଷ୍ୟଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ବୁଧବାର ଭାରତର ଲକ୍ଷ୍ୟ ସେନ, ଦୀପିକା କୁମାରୀ ଓ ଲଭଲୀନା ବୋରଗେହନ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖି ପଦକ ଅଭିମୁଖେ ଅଗ୍ରସର ହୋଇଛନ୍ତି । ପୁରୁଷ ବ୍ୟାଡମିଂଟନ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ ବିଶ୍ୱର ୩ ନମ୍ବର ଖେଳାଳି ଇଣ୍ଡୋନେସିଆର ଜୋନାଥନ କ୍ରିଷ୍ଟିଙ୍କୁ ୨୧-୧୮ ଓ ୨୧-୧୨ରେ ପରାଜିତ କରି ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ମହିଳା ତୀରନ୍ଦାଜୀ ବ୍ୟକ୍ତିଗତ ଇଭେଂଟରେ ଦୀପିକା କୁମାରୀ ନେଦରଲାଣ୍ଡର କ୍ୱିଂଟି ରୋଏଫେନଙ୍କୁ ୬-୨ରେ ହରାଇ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି ।

ସେହିପରି ମହିଳା ବକ୍ସିଂର ୭୫ କିଗ୍ରା ବିଭାଗରେ ଲଭଲୀନା ଚମତ୍କାର ପ୍ରଦର୍ଶନ କରି ସୁନିୱା ହୋଫଷ୍ଟାଡଙ୍କୁ ହରାଇ କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି । ତୀରନ୍ଦାଜ ମହିଳା ବ୍ୟକ୍ତିଗତ ଇଭେଂଟରେ ଦୀପିକା ନେଦରଲାଣ୍ଡର କ୍ୱିଂଟୋ ରୋଏଫେନଙ୍କୁ ୬-୨ରେ ପରାସ୍ତ କରି ରାଉଣ୍ଡ ଅଫ ୧୬ରେ ପ୍ରବେଶ କରିଛନ୍ତି ।

ଭାରତର ଷ୍ଟାର ଶୁଟର ସ୍ୱପ୍ନିଳ କୁଶାଲେ ପୁରୁଷ ୫୦ ମିଟର ରାଇଫଲ ଥ୍ରୀ ପୋଜିଶନର ଫାଇନାଲରେ ପ୍ରବେଶ କରିଛନ୍ତି । କ୍ୱାଲିଫିକେଶନ ରାଉଣ୍ଡରେ ସେ ୫୯୦ ସ୍କୋର କରି ୭ମ ସ୍ଥାନରେ ରହିଥିଲେ । ମହିଳା ସିଙ୍ଗଲ୍ସ ବ୍ୟାଡମିଂଟନରେ ପିଭି ସିନ୍ଧୁ ଧିରେ ଧିରେ ତାଙ୍କର ତୃତୀୟ ଅଲିମ୍ପିକ ପଦକ ଆଡେ ମୁହାଁଇଛନ୍ତି । ଏଷ୍ଟୋନିଆର କ୍ରିଷ୍ଟିନା କୁବାଙ୍କୁ ୨୧-୫ ଓ ୨୧-୧୦ରେ ହରାଇ ସେ ପ୍ରି-କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି ।

Comments are closed.