ମୁମ୍ବାଇ: ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ପ୍ରଥମେ ପ୍ରେଗନେନ୍ସି ଖବର ଘୋଷଣା କରି ସମସ୍ତଙ୍କ ସହ ଖୁସି ବାଣ୍ଟିଥିଲେ । ପ୍ରଶଂସକଙ୍କ ପାଇଁ ଏହି ଖବର ଏକ ବଡ ସରପ୍ରାଇଜ ଥିଲା । ଦୀପିକାଙ୍କ ପ୍ରେଗନେନ୍ସିର ଯାତ୍ରା ମଧ୍ୟ ଖୁବ୍ ସୁନ୍ଦର ଥିଲା ଏବଂ ସେ ଚଳିତ ବର୍ଷ ସେପ୍ଟେମ୍ବରରେ ତାଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ । ଦମ୍ପତ୍ତିଙ୍କର ଏକ କନ୍ୟା ସନ୍ତାନ ହୋଇଥିବାବେଳେ ତାର ନାମ ଦୁଆ ପାଦୁକୋନ ସିଂ ରଖିଛନ୍ତି । ସମସ୍ତ ଫ୍ୟାନ୍ସ ତାଙ୍କ ପ୍ରିୟ ଅଭିନେତାଙ୍କ ଏହି ଖୁସି ବିଷୟରେ ଜାଣି ଖୁସି ଥିଲେ ।
ସମସ୍ତେ ଏହି ଦମ୍ପତିଙ୍କ ସନ୍ତାନର ଚେହେରା ଦେଖାଇବାକୁ ଅପେକ୍ଷା କରିଛନ୍ତି । ହେଲେ ଦମ୍ପତ୍ତି ଦୁଆ ର କୌଣସି ଝଲକ ମଧ୍ୟ ସେୟାର କରିନାହାଁନ୍ତି । କିନ୍ତୁ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଫଟୋ ଗୁଡ଼ିକରେ ରଣଭୀର ଏବଂ ଦୀପିକାଙ୍କ ସହ ଥିବା ଶିଶୁ ଟି ଦୁଆ ବୋଲି ଦାବି କରାଯାଉଛି ।
ଏହି କାରଣରୁ ସମସ୍ତେ ଅନୁଭବ କଲେ ଯେ ଦମ୍ପତି ଶିଶୁର ଚେହେରା ଦେଖାଇଛନ୍ତି । ଯଦିଓ ଏହା ସତ ନୁହେଁ । ଅଭିନେତା ତାଙ୍କର ସୋସିଆଲ ମିଡିଆରେ କୌଣସି ଫଟୋ ସେୟାର କରିନାହାଁନ୍ତି । ଆହୁରି ମଧ୍ୟ, ଏହା ଜଣାପଡିଛି ଯେ ଏଗୁଡ଼ିକ ହେଉଛି ଏଆଇ ଜେନେରେଟ ଫଟୋ । ସଜଗ ଟିମ୍ ଏହା ବିଷୟରେ ଜାଣିବାକୁ ପାଇଲେ ଏବଂ ଯେତେବେଳେ ଏହି ଫଟୋଗୁଡ଼ିକ Decopy.ai ସହିତ ଯାଞ୍ଚ କରାଯାଇଥିଲା, ସେତେବେଳେ ଏହି ଫଟୋଗୁଡ଼ିକ ନକଲି ବୋଲି ଜଣାପଡିଥିଲା ।
ନିକଟରେ ଦୀପିକା ଦିଲଜିତ ଦୋସାଞ୍ଜଙ୍କ କନ୍ସର୍ଟ ପାଇଁ ବେଙ୍ଗାଲୁରୁରେ ନଜର ଆସିଥିଲେ। ପ୍ରସବ ପରେ ଏହା ତାଙ୍କର ପ୍ରଥମ ପବ୍ଲିକ ଆପିୟରାନ୍ସ ଥିଲା । ଦିଲଜିତଙ୍କ କନସର୍ଟରେ ସେ ଖୁସିରେ ନାଚୁଥିବାର ନଜର ଆସିଥିଲେ । ସେ ଏକ ଧଳା ରଙ୍ଗର ଟପ୍ ଏବଂ ନୀଳ ଜିନ୍ସ ପିନ୍ଧିଥିଲେ । ସେ ନିଜ କେଶକୁ ଖୋଲା ରଖିଥିଲେ ଏବଂ ସବୁଥର ପରି ସୁନ୍ଦର ଦେଖାଯାଉଥିଲେ ।