Latest Odisha News

BREAKING NEWS

ପୃଥିବୀ ପୃଷ୍ଠକୁ ଖସୁଛି ୨୩ ଟନ ଓଜନର ଚାଇନିଜ ରକେଟ୍

ନୂଆଦିଲ୍ଲୀ: ନିଜର ସ୍ପେସ୍ ଷ୍ଟେସନ୍ ନିର୍ମାଣ କରୁଥିବା ଚୀନ୍ ଆଉ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଚାଇନାର ସ୍ପେସ୍ ଏଜେନ୍ସି ଦ୍ୱାରା ପଠାଯାଇଥିବା ୨୩ ଟନ୍ ରକେଟ୍ ଉତକ୍ଷେପଣ ପରେ ବିଫଳ ହୋଇ ପୃଥିବୀ ଆଡକୁ ଖସିପଡିଛି। ରିପୋର୍ଟରେ କୁହାଯାଇଛି ଯେ ଚାଇନାର ବୈଜ୍ଞାନିକମାନେ ରକେଟକୁ କକ୍ଷପଥରେ ସ୍ଥାପନ କରିପାରିନଥିଲେ, ଏହା ପରେ ଏହି ଏହି ଭାରୀ ରକେଟ୍ ପୃଥିବୀ ଆଡକୁ ଖସି ପଡିଛି। ଗତ ସପ୍ତାହରେ ଏହି ରକେଟ୍ ଉତକ୍ଷେପଣ କରାଯାଇଥିଲା। ତେବେ ଏହା କେଉଁଠି ଖସିବ ତାହା ସ୍ପଷ୍ଟ ହୋଇନାହିଁ।

ମିଡିଆ ରିପୋର୍ଟ ଅନୁଯାୟୀ, ଚାଇନା ମାନେଡ୍ ସ୍ପେସ୍ ଏଜେନ୍ସି (ସିଏସ୍ଏମ୍ଏ) ମେଙ୍ଗଟିଆନ୍ ମଡ୍ୟୁଲ୍ ସହିତ ଲଙ୍ଗ ମାର୍ଟ ୫ବି ରକେଟ୍ ଟିଆଙ୍ଗଙ୍ଗ ସ୍ପେସ୍ ଷ୍ଟେସନକୁ ଲଞ୍ଚ କରିଛି। ଏହି ରକେଟ୍ ବାୟୁମଣ୍ଡଳରେ ଖସିପଡ଼ିବାର ଆଶଙ୍କା ରହିଛି, କିନ୍ତୁ କିଛି ଖଣ୍ଡ ଭୂମିରେ ପଡ଼ିପାରେ।

ଏହା ପୂର୍ବରୁ ମଧ୍ୟ ଏକ ଚାଇନାର ରକେଟ୍ ଅନିୟନ୍ତ୍ରିତ ହୋଇ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥିଲା। ଏହା ସ୍ପେସ୍ ଷ୍ଟେସନକୁ ପଠାଯାଇଥିବା ଦ୍ୱିତୀୟ ରକେଟ୍ ଥିଲା। ଏହାର କିଛି ଅଂଶ ମାଲେସିଆ ଏବଂ ଇଣ୍ଡୋନେସିଆ ସମେତ ଦକ୍ଷିଣ ପୂର୍ବ ଏସିଆର କିଛି ଅଂଶ ଉପରେ ପଡିଥିବାର ଦେଖିବାକୁ ମିଳିଥିଲା।

Comments are closed.